ଦିନକରେ ୧୬୫ କୋଟି ଟଙ୍କାର ମଦ ବିକିଲା କଣ୍ଣାଟକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୋଟିଏ ଦିନରେ କଣ୍ଣାଟକାରେ ୧୬୫ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଛି। ରାଜ୍ୟ ସରକାରଙ୍କ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ  ସମୁଦାୟ ୩୩ ଲକ୍ଷ ୪୯ ହଜାର ଲିଟର ମଦ ବିଭିନ୍ନ କାଉଣ୍ଟରରୁ ଲୋକେ କିଣିଛନ୍ତି। ସେଥିରୁ ୨୭ ଲକ୍ଷ ୫୬ ହଜାର ଲିଟର ମଦ ହେଉଛି ଭାରତ ତିଆରି ବିଦେଶୀ ମଦ  (ଆଇଏମ୍‌ଏଫ୍‌ଏଲ୍‌)। ଏହାର ମୂଲ୍ୟ ୧୫୨ କୋଟି ଟଙ୍କା। ସେହିପରି ୫ଲକ୍ଷ ୯୩ ହଜାର ଲିଟର ବିୟର ବିଭିନ୍ନ କାଉଣ୍ଟରରେ ବିକଅି ହୋଇଛି। ଏହାର ମୂଲ୍ୟ ୧୩ କୋଟି ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

କଣ୍ଣାଟକା ସରକାର ଲକ୍‌ଡାଉନ୩ରେ ରାଜ୍ୟରେ ଥିବା ମଦ ଦେକାନ ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ରାଜ୍ୟର ରାଜସ୍ଵ ବଢ଼ାଇବା। ଅବଶ୍ୟ ବାର୍‌, ରେଷ୍ଟୁରାଣ୍ଟ ପ୍ରଭୃତି ଏବେ ବନ୍ଦ ରହିଛି। କେବଳ କାଉଣ୍ଟରରେ ମଦ ବିକ୍ରି ହେଉଛି।  ମେ’ ୪ ତାରିଖରୁ ଏହି ମଦ ବିକ୍ରି ଆରମ୍ଭ ହୋଇଛି।

ଏହି ଲକ୍‌ଡାଉନ୍‌ ସମୟରେ ଗୋଟିଏ ଦୋକାନରେ କେବଳ ୫ ଜଣ ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନେ ପରସ୍ପର ଭିତରେ ୬ ଫୁଟ ଦୂରତା ରକ୍ଷା କରିବା ବାଧ୍ୟ।

Leave a Reply

Your email address will not be published.