ଅଭିନୟ ଦୁନିଆକୁ ଫେରିବେ କରିସ୍ମା
କରିସ୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍ ଶୀଘ୍ର ପୁଣିଥରେ ଅଭିନୟ ଦୁନିଆରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ। କରିସ୍ମା ତାଙ୍କର ଆଗାମୀ ପୋଜେକ୍ଟ ପାଇଁ ଡିଜିଟାଲ୍ ପ୍ଲାଟଫର୍ମକୁ ବାଛି ନେଇଛନ୍ତି।
ଏକତା କପୁରଙ୍କ ପ୍ରଡକସନ୍ ହାଉସ୍ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ୱେବ ସିରିଜ୍ ‘ମେଣ୍ଟାଲ୍ହୁଡସ୍’ରେ କରିସ୍ମାଙ୍କୁ ଦେଖିବାକୁ ମିଳିବ। ଏଥିରେ କରିସ୍ମା ମା’ ଭୂମିକାରେ ଅଭିନୟ କରିବେ। ଦର୍ଶକଙ୍କ ପାଇଁ ଇମୋସନାଲ୍ ସହିତ ହସର ତଡ଼କା ମଧ୍ୟ ରହିଛି। ଦୀର୍ଘ ୭ ବର୍ଷ ପରେ କରିସ୍ମା ଅଭିନୟ ଦୁନିଆକୁ ଫେରୁଛନ୍ତି। ଏ ସମ୍ପର୍କରେ କରିସ୍ମା କହିଛନ୍ତି ଯେ ଏହି ୭ ବର୍ଷ ଭିତରେ ତାଙ୍କୁ ଅନେକଗୁଡ଼ିଏ ଫିଲ୍ମର ଅଫର୍ ଆସିଲେ ମଧ୍ୟ ସେସବୁର କାହାଣୀ ତାଙ୍କୁ ଆଦୌ ପସନ୍ଦ ନଥିଲା।
କିନ୍ତୁ ‘ମେଣ୍ଟାଲ୍ହୁଡ୍’ର କାହାଣୀ ବେଶ୍ ନିଆରା ଓ ଲୋଲୋଙ୍କୁ ତାହା ଖୁବ୍ ପସନ୍ଦ ଆସିଥିଲା ଏବଂ ଆଉ ଡେରି ନକରି ଏଥିରେ ଅଭିନୟ କରିବେ ବୋଲି ସେ ହଁ ଭରିଥିଲେ। ଦର୍ଶକ ପୂର୍ବ ଭଳି ତାଙ୍କର ଅଭିନୟକୁ ପସନ୍ଦ କରିବେ ବୋଲି କରିସ୍ମା ଆଶା ବାନ୍ଧିଛନ୍ତି।