ହାପି ବର୍ଥ ଡେ କରିସ୍ମା: ସୋସିଆଲ ମିଡିଆରେ ଏଭଳି ଶୁଭେଚ୍ଛା ଜଣାଇଲେ ଫ୍ୟାନ
ଭୁବନେଶ୍ୱର, ( ଓଡିଶା ଟାଇମ): ୧୯୭୪ ମସିହା ଜୁନ୍ ୨୫ ତାରିଖରେ ଜନ୍ମିତ କରିସ୍ମା କପୁର ଆଜି ନିଜର ୪୬ ତମ ଜନ୍ମ ଦିନ ପାଳୁଛନ୍ତି । ଲୋଲୋ ନାମରେ ଅଳ୍ପ ପରିଚିତା କରିସ୍ମାଙ୍କୁ ତାଙ୍କ ସାନ ଭଉଣୀ ତଥା ଅଭିନେତ୍ରୀ କରିନା କପୁର ଏକ ଭିନ୍ନ ଢଙ୍ଗରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ଅବା ତାଙ୍କୁ କେମିତି ଭୁଲି ଥାନ୍ତେ । ସେମାନେ ବି ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
କରିସ୍ମା କପୁର ୧୯୯୧ ମସିହାରେ ‘ପ୍ରେମ କୈଦି’ ନାମକ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ପରେ ସେ ‘ଅନାଡି’, ‘ରାଜା ବାବୁ’, ‘କୁଲି ନଂ୧’, ‘ରାଜା ହିନ୍ଦୁସ୍ତାନୀ’, ‘ଦିଲ ତୋ ପାଗଲ ହେ’ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ।
ସେଥିପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ବହୁତ ।
ସୋସିଆଲ୍ ମିଡିଆରେ ଜଣେ ଫ୍ୟାନ୍ ତାଙ୍କୁ ଶୁଭେଚ୍ଚା କରି ଲେଖିଛନ୍ତି “କରିସ୍ମା ବଡ ପରଦାର ବହୁତ ଦିନ ହେଲା ଗାଏବ ଅଛନ୍ତି । ତମେ ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଫ୍ୟାନ ଜଣକ ତାଙ୍କୁ ଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।
ଶେଷଥର ପାଇଁ ୨୦୧୯ ମସିହାରେ କରିସ୍ମା ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ଡେଞ୍ଜରସ୍ ଇସ୍କ’ରେ ନଜର ଆସିଥିଲେ । ଏହାଛଡା କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ସେ ସ୍ପେଶିଆଲ୍ ଆପିଆରାନ୍ସନରେ ନଜର ଆସିଥିଲେ ।