କରିସ୍ମା କପୁରଙ୍କୁ ପରିଚୟ ଆଣିଦେଇଥିଲା ବଲିଉଡର ଏହିସବୁ ଫିଲ୍ମ

ଭୁବନେଶ୍ୱର,(ଓଡିଶା ଟାଇମ): ବଲିଉଡର ଲୋକପ୍ରିୟ ନାୟିକାଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ । ଗୁରୁବାର ସେ  ୪୬ତମ ଜନ୍ମଦିନ ପାଳନ କରିଛନ୍ତି।  ୯୦ ଦଶକରେ ହିନ୍ଦି ଫିଲ୍ମ ଦୁନିଆରେ ରାଜ୍‌ କରୁଥିବା କରିସ୍ମା ଏବେ ବଡ଼ ପର୍ଦାରୁ ଦୂରେଇଛନ୍ତି ସତ କିନ୍ତୁ  ତାଙ୍କ ସମର୍ଥକଙ୍କ ଆଗ୍ରହ ଓ ଭଲପାଇବା କିନ୍ତୁ ସେମିତି ବଞ୍ଚି ରହିଛି।

ଆସନ୍ତୁ ନଜର ପକାଇବା ତାଙ୍କ ଅଭିନୀତି କିଛି ଲୋକପ୍ରିୟ ଫିଲ୍ମ ଉପରେ।

ରାଜା ବାବୁ- ୧୯୯୪ ମସିହାରେ ଡେଭିଡ୍ ଧବନଙ୍କ ନିର୍ଦ୍ଦେଶିତ ବଲିଉଡ ଫିଲ୍ମ ‘ରାଜା ବାବୁ’ ପରଦାକୁ ଆସିଥିଲା । ସେଥିରେ ଗୋବିନ୍ଦା ଓ କରିସ୍ମା ସ୍କ୍ରିନ ଶେୟାର କରିଥିବାବେଳେ ‘ପାକ ଚିକ୍ ପାକ ରାଜା ବାବୁ’ ଓ ‘ସରକାଇଲେ ଖଟିଆ’ ଖୁବ୍ ପପୁଲାର ହୋଇଥିଲା ।

ଅନ୍ଦାଜ ଅପନା ଅପନା- ସେହି ବର୍ଷ ଅର୍ଥାତ୍ ୧୯୯୪ ମସିହାରେ କରିସ୍ମାଙ୍କ ଅନ୍ୟ ଏକ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ ଆସିଥିଲା । ଫିଲ୍ମଟି ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ହୋଇଥିଲା । ଫିଲ୍ମରେ କରିସ୍ମାଙ୍କ ବିପକ୍ଷରେ ସଲମାନ ଖାନ୍ ସ୍କ୍ରିନ ଶେୟାର କରିଥିଲେ । ‘ୟେ ରାତ ଅର୍ ୟେ ଦୁରୀ’ରେ କରିସ୍ମାଙ୍କ ନିରୀହତା ଦର୍ଶକଙ୍କ ମନ ଜିଣିନେଇଥିଲା ।

କୁଲି ନଂ୧- ୧୯୯୫ରେ ଆସିଥିଲା ‘କୁଲି ନଂ୧’ । ଯାହା ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଡେଭିଡ ଧବନ । ଏହି ଚଳଚ୍ଚିତ୍ରଟିର କ୍ରେଜ ଆଜିବି ଦର୍ଶକଙ୍କ ଭିତରେ ରହିଛି । ଯାହାଫଳରେ ଏବେକାର ଅଭିନେତା ବରୁଣ ଧବନ ଓ ସାରା ଅଲ୍ଲୀ ଖାନଙ୍କୁ ନେଇ ଏହାର ରିମେକ୍ ଖୁବଶୀଘ୍ର ଆସିବାକ ଯାଉଛି ।

ରାଜା ହିନ୍ଦୁସ୍ଥାନୀ– ପରେ ୧୯୯୬ରେ ଆସିଥିବା ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମରେ ସେ ଅମିର ଖାନଙ୍କ ସହ ସ୍କ୍ରିନ ଶେୟାର କରିଥିଲେ । ଏହି ଫିଲ୍ମ ଲାଗି ସେ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ହିରୋ ନଂ୧- ଡେଭିଡ ଧବନଙ୍କ ନିର୍ଦ୍ଦେଶିତ ଏହି ଫଇଲ୍ମରେ କରିସ୍ମା ମୀନା ନାଥ ଭୂମିକାରେ ନଜର ଆସିଥିଲେ । ଯାହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।

ଜୁଡୱା- ୧୯୯୭ରେ ତାଙ୍କର ଅନ୍ୟଏକ ଫିଲ୍ମ ‘ଜୁଡୱା’ ଆସିଥିଲା ।

ଦିଲ୍ ତୋ ପାଗଲ ହୈ- ୟଶ ଚୋପ୍ରାଙ୍କର ନିର୍ଦ୍ଦେଶିତ ଏହି ଫିଲ୍ମ ଲାଗି କରିସ୍ମାଙ୍କୁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ସହାୟକ ଅଭିନ୍ରେତୀ ପୁରସ୍କାର, ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ସର୍ବଶ୍ରେଷ୍ଠ ସହାୟକ ଅଭିନ୍ରେତୀ ପୁରସ୍କାର ମିଳିଥିଲା ।

ବିୱି ନଂ୧- ୧୯୯୯ ମସିହାରେ ଆସିଥିବା ଡେଭିଡ ଧବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରି ସେ ଖୁବ୍ ଲୋକପ୍ରିୟତା ସାଉଁଟି ଥିଲେ ।

Leave a Reply

Your email address will not be published.