କ୍ରିଡ଼ା ଜଗତରେ କରିନାଙ୍କ ସଫଳତା

ପ୍ରଶଂସକ ମହଲରେ ବଲିଉଡ୍ ବେଗମ୍ ବୋଲାଉଥିବା କରିନାଙ୍କ ହାତରେ ଏବେ ଆଉ ଗୋଟିଏ ସଫଳତା ଧରାଦେଇଛି । ଅଭିନୟ ପରେ ସେ କ୍ରିଡ଼ା ଜଗତରେ ନିଜର ଜଲୱା ଦେଖାଇଛନ୍ତି । ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଓ ପୁରୁଷ ଟି୨୦ ୱାଲର୍ଡ଼ କପ୍ ଟୁର୍ଣ୍ଣାମେଣ୍ଟ ର ଟ୍ରଫିକୁ କରିନା ଉଦଘାଟନ କରିଛନ୍ତି । ଏହାର ଅନେକଗୁଡ଼ିଏ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଏ ସମ୍ପର୍କରେ କରିନା କହିଛନ୍ତି ଯେ – ‘ଏଭଳି ଏକ ସମ୍ମାନର ଅଧିକାରୀ ଭାବେ ମୁଁ ଗର୍ବିତ’ । ଆଇସିସି ପକ୍ଷରୁ ପୁରୁଷ ଟି୨୦ ୱାଲର୍ଡ଼ କପ୍ ଆସନ୍ତାବର୍ଷ ୧୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ସେଭଳି ମହିଳା ଟି୨୦ ଆସନ୍ତା ଫେବୃୟାରୀରୁ ଆରମ୍ଭ ହୋଇ ୮ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ବଡ଼ ପରଦାର କଥା ଆସିଲେ ଆଜିକାଲି କରିନା ତାଙ୍କର ଆଗାମୀ ଫିଲ୍ମ ‘ଗୁଡ଼ନ୍ୟୁଜ୍’ରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ । ଆଗାମୀ ଡିସେମ୍ବର ଶେଷ ଭାଗରେ ଏହା ସିନେମାଘରକୁ ଆସିବ । ଏହାପରେ କରିନା ଅମୀର୍ ଖାନଙ୍କ ସହିତ ‘ଲାଲ୍ ସିଂ ଚଡ୍ଡା’ରେ ମୁଖ୍ୟ ନାୟିକା ଭାବେ ପରଦା ଉପରକୁ ଆସିବେ । ୧୯ ବର୍ଷର ଫିଲ୍ମ କ୍ୟାରିୟର୍ ମଧ୍ୟରେ ଏହି ଫିଲ୍ମ ପାଇଁ କରିନା ପ୍ରଥମ ଥର ପାଇଁ ଅଡିସନ୍ ଦେଇ ଚର୍ଚ୍ଚାକୁ ଆସିଥିଲେ ।

Leave a Reply

Your email address will not be published. Required fields are marked *