ମୋଦିଙ୍କ ମା’ ଭୂମିକାରେ ଜରିନା

ବଲିଉଡ୍ ଇତିହାସରେ ବାୟୋପିକ୍ର ଧାରା ସବୁବେଳେ ସୁପର୍ହିଟ୍ ରହିଆସିଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଆଉ ଏକ ବାୟୋପିକ୍ ରିଲିଜ୍ ହେବ । ‘ମେରିକମ୍’ ଭଳି ବ୍ଲକ୍ବଷ୍ଟର୍ ବାୟୋପିକ୍ର ନିର୍ଦ୍ଦେଶକ ଉମଙ୍ଗ କୁମାର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଧୀରେ ଧୀରେ ଏହାର ଷ୍ଟାର୍କାଷ୍ଟ୍ ସମ୍ପର୍କରେ ଜଣାପଡ଼ୁଛି ।

ବିବେକ୍ ଓବରୟ ମୁଖ୍ୟ ଭୂମିକାରେ ଥିବାବେଳେ ନରେନ୍ଦ୍ର ମୋଦିଙ୍କ ପତ୍ନୀଙ୍କ ଭୂମିକା ପାଇଁ ବର୍ଖା ବିଷ୍ଟ୍ଙ୍କୁ ସାଇନ୍ କରାଯାଇଛି । ଅମିତ୍ ଶାହଙ୍କ ଭୂମିକାରେ ଅଛନ୍ତି ମନୋଜ୍ ଯୋଶୀ । ଏବେ ଫିଲ୍ମର ଆଉ ଏକ ଷ୍ଟାର୍କାଷ୍ଟ୍ ସମ୍ପର୍କରେ ଖବର ମିଳିଛି । ମୋଦିଙ୍କ ମା’ ହିରାବେନ୍ଙ୍କ ଭୂମିକାରେ ଅଭିନୟ କରିବେ ଦକ୍ଷ ଅଭିନେତ୍ରୀ ଜରିନା ବହାବ୍ । ଫିଲ୍ମ ସମୀକ୍ଷକ ଓ ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ଚଳିତବର୍ଷର ବାୟୋପିକ୍ ଭାବେ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଓ ‘ଗଡ଼କରୀ’ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ମଧ୍ୟ ବକ୍ସ ଅଫିସ୍ରେ ସଫଳତାର ଶୀର୍ଷ ଛୁଇଁବ ବୋଲି ଟ୍ରେଡ୍ ପଣ୍ଡିତମାନେ ଏବେଠାରୁ ଆକଳନ କରୁଛନ୍ତି ।

Leave a Reply

Your email address will not be published.