‘ଭୂତ୍’ର ପୋଷ୍ଟର୍ ସେୟାର୍ କଲେ କରଣ ଜୋହର୍

ଏବେ ହରର୍ ଫିଲ୍ମର ଜାମାନା ଥିବାବେଳେ କରଣ ଜୋହର୍ ପଛରେ ରହିଥାନ୍ତେ ବା କିପରି । ଏବେ କରଣ ମଧ୍ୟ ତାଙ୍କର ପ୍ରଡକସନ୍ ହାଉସ୍ ପକ୍ଷରୁ ହରର୍ ଫ୍ରାଞ୍ଚାଇଜର ଘୋଷଣା କରିଛନ୍ତି । ହରର୍ ଫ୍ରାଞ୍ଚାଇଜର ପ୍ରଥମ ଫିଲ୍ମ ‘ଭୂତ୍-୧: ଦ ହଣ୍ଟେଡ୍ ଶିପ୍’ର ପୋଷ୍ଟରକୁ କରଣ ଟ୍ୱିଟ୍ ମାଧ୍ୟମରେ ସେୟାର୍ କରିଛନ୍ତି । ଆସନ୍ତା ନଭେମ୍ବର ୧୫ ତାରିଖରେ ଏହା ରିଲିଜ୍ ହେବ ବୋଲି ସୂଚନା ମିଳିଛି । ପୋଷ୍ଟରରେ ଦେଖିବାକୁ ମଳିଛି – ବିକି ଝରକା ପଟେ ଦେଖୁଛନ୍ତି ଏବଂ ତାଙ୍କ ମୁହଁରେ ଭୂତର ହାତ ରହିଛି ।

ପୋଷ୍ଟର୍ ସେୟାର୍ କରିବା ସଙ୍ଗେ ସଙ୍ଗେ ହରର୍ କିଙ୍ଗ୍ ରାମଗୋପାଳ ବର୍ମା ତାହାକୁ ରିପ୍ଲାଇ ଦେଇ ଟ୍ୱିଟ୍ କରିଛନ୍ତି ଯେ – ‘ଶାନଦାର୍ ପୋଷ୍ଟର୍ । ଫିଲ୍ମ ରିଲିଜ୍ ଡେଟକୁ ଆଉ ଅପେକ୍ଷା କରି ହେଉନି’ । କରଣ ମଧ୍ୟ ରାମଗୋପାଳଙ୍କୁ ରିଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଫିଲ୍ମର ଲିଡ୍ ଯୋଡ଼ି ଭାବେ ଅଛନ୍ତି ବିକି କୌଶଲ ଓ ଭୂମି ପେଡନେକର୍ । ଫିଲ୍ମର ନିର୍ଦ୍ଦେଶନା ଦେବେ ଭାନୁ ପ୍ରତାପ ସିଂ । ଏହି ଫିଲ୍ମ ମାଧ୍ୟମରେ ଭାନୁ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବେ ।

Leave a Reply

Your email address will not be published.