ଅଷ୍ଟ୍ରେଲିଆରେ ପତକା ଉତ୍ତୋଳନ କଲେ କରଣ ଜୋହର୍

ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହର ଏବେ ବଲିଉଡ୍ ତାକରାଙ୍କ ପାଇଁ ଆହୁରି ରଙ୍ଗୀନ୍ ହୋଇଯାଇଛି । ସେଠାରେ ଅନୁଷ୍ଠିତ ହେଉଥିବା ‘ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ମେଲବର୍ଣ୍ଣ ୨୦୧୯’ ଉତ୍ସବ ପାଇଁ ବଲିଉଡ୍ ତାକରାଙ୍କ ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ଧାରାରେ ବି ଟାଉନର ନାମୀ ନିର୍ଦ୍ଦେଶକ କରଣ ଜୋହର୍ ମଧ୍ୟ ମେଲବର୍ଣ୍ଣ ଗସ୍ତ କରିଥିଲେ । ଭାରତୀୟ ସିନେମାର ଗୌରବ ମଣ୍ଡନ କରୁଥିବା ଏହି ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ କରଣ ଜୋହର୍ ସ୍ୱାଧୀନତା ଦିବସ ପୂର୍ବରୁ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବ ମେଲବର୍ଣ୍ଣର ଫେଡେରେସନ୍ ସ୍କ୍ୱାୟରଠାରେ ଅନୁଷ୍ଠିତ ହୋଇଥିଲା ।

ଏ ସମ୍ପର୍କରେ କହିଛନ୍ତି ଯେ ‘ବିଦେଶରେ ଭାରତର ପ୍ରତିନିଧିତ୍ୱ କରି ଜାତୀୟ ପତାକା ୁତ୍ତୋଳନ କରିଥିବାରୁ ମୁଁ ଗର୍ବିତ’ । ‘ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ମେଲବର୍ଣ୍ଣ ୨୦୧୯’ରେ ଗଲିବୟ’କୁ ବେଷ୍ଟ୍ ଫିଲ୍ମ ଏବଂ ‘ଅନ୍ଧାଧୁନ୍’ ପାଇଁ ଶ୍ରୀରାମ ରାଘବନଙ୍କୁ ବେଷ୍ଟ୍ ଡାରେକ୍ଟର୍ ପୁରସ୍କାର ମିଳିଛି । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *