ଅଜୟଙ୍କ ପକ୍ଷରୁ କୃଷ୍ଣାଙ୍କୁ ମିଳିଲା ୧କୋଟି, ଭିଡିଓ ଭାଇରାଲ୍

ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’ରେ ବଲିଉଡ୍ ତାରକାମାନେ ନିଜର ଫିଲ୍ମ ପ୍ରମୋସନ୍ କରିବା ଦେଖିବାକୁ ମିଳିଥାଏ । ଏହି ଧାରାରେ ନିକଟରେ ‘ଟୋଟାଲ୍ ଧମାଲ୍’ ଟିମ୍ ଆଗାମୀ ଏପିସୋଡରେ ନଜର ଆସିବେ । ଏହାର ସୁଟିଂ ସରିଯାଇଛି । ଫିଲ୍ମ ପ୍ରମୋସନ୍ କରିବାକୁ ଆସିଥିବା ତାରକାମାନଙ୍କୁ ସବୁବେଳେ କ୍ରିଷ୍ଣା ଅଭିଷେକ କୋଟିଏ ଟଙ୍କା ମାଗିଥାନ୍ତି ।

ଆଗାମୀ ଏପିସୋଡରେ କୃଷ୍ଣା ସାଲ୍ ବିକୁଥିବା ସପ୍ନାଙ୍କ ଭୂମିକାରେ ନଜର ଆସୁଛନ୍ତି ଏବଂ ଅଜୟଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି । ସପ୍ନାଙ୍କ କହିବା ସଙ୍ଗେ ସଙ୍ଗେ ଅଜୟ ତାଙ୍କୁ ୧ କୋଟି ଟଙ୍କା ଥିବା ଏକ ବ୍ୟାଗ୍ ଧରାଇ ଦେଉଛନ୍ତି ଏବଂ ସପ୍ନା ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ଏଭଳି ଏକ ମଜାଦାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ପ୍ରକୃତରେ ସେ ବ୍ୟାଗ୍ରେ କ’ଣ ଅଛି, ତାହା ଜଣାପଡ଼ିନାହିଁ । ଏହି ସର୍ଟ ଭିଡିଓକୁ ପ୍ରଶଂସକଙ୍କ ପକ୍ଷରୁ ଖୁବ୍ ଲାଇକ୍ ମିଳୁଛି ।

ହିଟ୍ କପିଲ୍, ଫ୍ଲପ୍ ସୁନିଲ୍

Leave a Reply

Your email address will not be published.