କପିଲ୍ ଶୋ’କୁ ଫେରିଲେ ରାଜେଶ୍
ଟେଲି ପରଦାର ଟିଆରପି ତାଲିକାରେ କପିଲ୍ ଶର୍ମାଙ୍କ କମେଡ଼ି ଶୋ’ ପୁଣିଥରେ ନିଜର ପୂର୍ବ ପରିଚୟ ଫେରି ପାଇବାରେ ସଫଳ ହୋଇଛି । ଏଭଳି ସଫଳତାରେ କପିଲ୍ ଖୁବ୍ ଖୁସି ଜଣାପଡ଼ୁଛନ୍ତି ଏବଂ ଏହା ସହିତ ଆଉ ଏକ ଖୁସି ଖବର ଦେଇଛନ୍ତି ଯେ ଆଗାମୀ ଏପିସୋଡ୍ ପାଇଁ ରାଜେଶ୍ ଅରୋଡ଼ାଙ୍କୁ ସାଇନ୍ କରାଯାଇଛି । ଆପଣଙ୍କର ମନେ ଅଛି ତ ରାଜେଶ୍ ଅରୋଡ଼ା ଓ ବଚା ଯାଦବଙ୍କ ଯୋଡ଼ି?
ଏହି ଯୋଡ଼ି ଦର୍ଶକଙ୍କୁ ହସର ଅନେକ ଖୋରାକ ଦେଇଆସିଛି । ତେଣୁ ଆଗାମୀ ଅଧ୍ୟାୟକୁ ଆହୁରି ମଜାଦାର୍ କରିବା ପାଇଁ ରାଜେଶଙ୍କୁ ସାଇନ୍ କରାଯାଇଛି । ଏହି ଦୁଇଜଣଙ୍କ ସହିତ ଭାରତୀ ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଖବର ପ୍ରକାଶ ପାଇଛି । କପିଲ୍ ଶୋ’ର ଆଗାମୀ ଅଧ୍ୟାୟରେ ଇମ୍ରାନ୍ ହାସମୀ ଅତିଥି ଭାବେ ଦର୍ଶକଙ୍କ ସାମନାକୁ ଆସିବେ ।