କପିଲ୍ ଓ ଗିନ୍ନିଙ୍କ ଜବ୍ ପ୍ଲାନିଙ୍ଗ୍

ଗତ ଡିସେମ୍ବରରେ କପିଲ୍ ଶର୍ମା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ଗିନ୍ନି ହାତକୁ ଦି ହାତ ହୋଇଥିଲେ । ବିବାହ ପରେ କପିଲ୍ ଶର୍ମା ପୁଣିଥରେ ଟେଲି ଦୁନିଆକୁ ଫେରିଥିବାବେଳେ ତାଙ୍କ ପତ୍ନୀ ଗିନ୍ନି ମଧ୍ୟ ଏକ ନୂଆ ଦାୟିତ୍ୱ ନେବେ ବୋଲି ଖବର ମିଳିଛି । କପିଲଙ୍କ ପ୍ରଡକ୍ସନ୍ ହାଉସ୍ ‘କେ୯’ର କ୍ରିଏଟିଭ୍ ଡାରେକ୍ଟର୍ ଭାବେ ଗିନ୍ନି ଦାୟିତ୍ୱ ନେଇପାରନ୍ତି । ଏହି ବ୍ୟାନର୍ ପକ୍ଷରୁ କେତେକ ପଞ୍ଜାବୀ ଓ ଅନ୍ୟ କମେଡ଼ି ଶୋ’ ନିର୍ମାଣ କରିବାର ପ୍ଲାନିଙ୍ଗ୍ ଚାଲିଛି । କପିଲଙ୍କ କିଛି ନିକଟ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି ଯେ ଗିନ୍ନି ଖୁବ୍ ଶୀଘ୍ର ମୁମ୍ବାଇ ଆସିବେ ଏବଂ ଫିଲ୍ମ ମେକିଙ୍ଗ୍ କ୍ଷେତ୍ରରେ ତାଙ୍କର ଭଲ ନଲେଜ୍ ଅଛି । ଏହା ବ୍ୟତୀତ ସେ ପଞ୍ଜାବୀ ଭାଷାରେ ଖୁବ୍ ଦକ୍ଷ । ତେଣୁ ରିଜିଓନାଲ୍ ଚ୍ୟାନେଲ୍ ଓ ପଞ୍ଜାବୀ ଫିଲ୍ମ ପାଇଁ ପ୍ରଡକ୍ସନ୍ ହାଉସର କ୍ରିଏଟିଭ୍ ଡାରେକ୍ଟର୍ ଭାବେ ଗିନ୍ନି ଦାୟିତ୍ୱ ଗ୍ରହଣ କରିବେ ।

ହିଟ୍ କପିଲ୍, ଫ୍ଲପ୍ ସୁନିଲ୍

କ’ଣ ରହିଛି ୨୦୧୯ର ମେକ୍ଅପ୍ ଟ୍ରେଣ୍ଡ୍, ନଜର ପକାନ୍ତୁ ୬ଟି ବିନ୍ଦୁ 

Leave a Reply

Your email address will not be published. Required fields are marked *