ଫି’ କମାଇଲେ କପିଲ୍
ବିବାହ ପରେ କପିଲ୍ କଲର୍ସ ଚ୍ୟାନେଲ୍ ମାଧ୍ୟମରେ ପୁଣିଥରେ ଟେଲି ଦୁନିଆକୁ ଫେରିଛନ୍ତି । ବିଗତ କିଛି ଦିନ କପିଲ୍ଙ୍କ ପାଇଁ ଭଲ ନଥିଲା । ଅନେକ ବିବାଦରେ ଘେରି ରହିଥିବା କପିଲ୍ ସବୁକିଛି ଭୁଲି ପୁଣି ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଛନ୍ତି । କପିଲ୍ଙ୍କ ଏହି ପ୍ରଚେଷ୍ଠା ସଫଳ ହୋଇଛି ଏବଂ କମେଡ଼ି ଶୋ’ର ପ୍ରଥମ ଅଧ୍ୟାୟକୁ ଦର୍ଶକଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ମିଳିଛି । କିନ୍ତୁ କପିଲ୍ ତାଙ୍କର ଫି’କମାଇବା ନେଇ ଏକ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳୁଛି । ପୂର୍ବରୁ କପିଲ୍ ଶୋ’ ପାଇଁ ୬୦-୭୦ ଲକ୍ଷ ଟଙ୍କା ୱିକେଣ୍ଡ୍ ଏପିସୋଡ୍ ପାଇଁ ନେଉଥିଲେ । କିନ୍ତୁ ଏବେ କପିଲଙ୍କୁ କେବଳ ୧୫-୨୦ ଲକ୍ଷ ଟଙ୍କା ମିଳୁଛି । କପିଲ୍ଙ୍କ ବ୍ୟତୀତ ଭାରତୀ ସିଂ ଓ କୃଷ୍ଣା ଅଭିଷେକଙ୍କୁ ୧୦ରୁ ୧୨ ଲକ୍ଷ ଟଙ୍କା ଫି’ ମିଳେ।