ଆଙ୍ଗ୍ରୀ ବାର୍ଡ଼ କପିଲ୍

କମେଡ଼ି କିଙ୍ଗରୁ ଏବେ ଆଙ୍ଗ୍ରୀ ବାର୍ଡ଼ ବନିଯାଇଛନ୍ତି କପିଲ୍ ଶର୍ମା । ଏହି ଖବର ପରେ ମନରେ ପ୍ରଶ୍ନ ଆସିପାରେ ଯେ ସବୁବେଳେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଉଥିବା କପିଲ୍ ପ୍ରଶଂସକ ମହଲରେ ହଠାତ୍ ଏଭଳି ଏକ ନିକନେମ୍ ପାଇବା ପଛରେ କ’ଣ କାରଣ ଥାଇପାରେ । ତେବେ କହିରଖୁଛୁ ଏହି ଟାଇଟେଲ୍ ପଛରେ କପିଲଙ୍କ ଏକ ସଫଳତା ଲୁଚି ରହିଛି । ହଲିଉଡର ପ୍ରଖ୍ୟାତ ଆନିମେସନ୍ ସିରିଜ୍ ‘ଆଙ୍ଗ୍ରୀବାର୍ଡ଼ ୨’ର ହିନ୍ଦୀ ସଂସ୍କରଣରେ ଲିଡ୍ ଭୂମିକା ‘ରେଡ୍’ ପାଇଁ କପିଲ୍ ନିଜ ସ୍ୱର ଦେଇଛନ୍ତି । ଦକ୍ଷତା ପ୍ରଦର୍ଶନ ପୂର୍ବକ ନିଜ ଅନ୍ଦାଜରେ କପିଲ୍ ‘ରେଡ୍’ର ସଂଳାପକୁ ସଜାଇଥିବା ଖବର ମିଳିଛି ।

ନିଜ ସ୍ୱରକୁ ମୋଡ୍ୟୁଲେସନ୍ କରିବା ସହ ସେ ଅଭିନେତା ନାନା ପାଟେକର୍ ଓ ଧର୍ମେନ୍ଦ୍ରଙ୍କ ସ୍ୱରରେ ମଧ୍ୟ ଡବିଂ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଆନିମେସନ୍ ପୋଜେକ୍ଟରେ କାମ କରିଥିବା କପିଲ୍ ଏ ସମ୍ପର୍କରେ କହିଛନ୍ତି ଯେ – ହଲିଉଡର ଆନିମେସନ୍ ସିରିଜ୍ଗୁଡ଼ିକର ହିନ୍ଦୀ ଡବିଂ ଖୁବ୍ କଷ୍ଟ । କାରଣ ପ୍ରତ୍ୟେକ ଚରିତ୍ରକୁ ଧ୍ୟାନ ଦେଇ ଶୁଣିବା ଓ ଦେଖିବା ଏବଂ ଆକ୍ସନ୍ ସହିତ ସଂଳାପର ତାଳମେଳ ରଖି ହିନ୍ଦୀରେ କହିବା ଖୁବ୍ ମୁସ୍କିଲ୍ । ନାନା ପାଟେକରଙ୍କ ସ୍ୱର ସମ୍ପର୍କରେ କପିଲ୍ କହିଥିଲେ ଯେ -’ମୋତେ ଲାଗିଲା ‘ଆଙ୍ଗ୍ରୀବାର୍ଡ଼ ୨’ର ମୁଖ୍ୟ ଚରିତ୍ର ‘ରେଡ୍’ର ରାଗ ମୁଡ୍ ପାଇଁ ନାନାଙ୍କ କହିବା ଅନ୍ଦାଜ୍ ପରଫେକ୍ଟ ହେବ । ତେଣୁ ମୁଁ ତାହାକୁ ଟ୍ରାଏ କରିଥିଲି’ । କମେଡ଼ି ସହିତ ଏହି ଆନିମେସନ୍ ସିରିଜର ସଫଳତା ପାଇଁ ଏବେ କପିଲ୍ ନିଜ ଟିମ୍ ଓ ପ୍ରଶଂସକଙ୍କ ଠାରୁ ଅନେକ ପ୍ରଶଂସା ସାଉଁଟି ଚାଲିଛନ୍ତି ।

Leave a Reply

Your email address will not be published.