ଆଉ ଏକ ରେକର୍ଡ଼: ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ କପିଲ୍ ଶର୍ମା

ଟେଲି ଦୁନିଆର କମେଡ଼ି ତାରକା କପିଲ୍ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଆସିଯାଇଛି ଖୁସି ଖବର । ଦେଶବିଦେଶର ଅନେକ ଦର୍ଶକଙ୍କୁ ହସର ଖୋରାକ ଯୋଗାଉଥିବା କପିଲଙ୍କ ନାମ ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ ଲିପିବଦ୍ଧ କରାଯାଇଛି । ଭାରତର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ଷ୍ଟାଣ୍ଡଅପ୍ କମେଡ଼ିଆନ୍ ଭାବେ କପିଲ୍ଙ୍କ ନାଁ ଏଥିରେ ସାମିଲ୍ ହୋଇଛି । ଏହି ଖୁସି ଖବରକୁ କପିଲ୍ ନିଜ ଇନଷ୍ଟାଗ୍ରାମରେ ଜଣାଇବା ସହ ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନର ସାର୍ଟିଫିକେଟର ଫଟୋକୁ ମଧ୍ୟ ସେୟାର୍ କରିଛନ୍ତି ।

ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି – ପ୍ରଶଂସକଙ୍କ ଭଲପାଇବା ଓ ସମ୍ମାନ ପାଇଁ ଅନେକ ଅନେକ ଧନ୍ୟବାଦ । ଏହା ପୂର୍ବରୁ ମଧ୍ୟ କପିଲଙ୍କ ନାଁରେ ଆହୁରି ବହୁତ କିଛି ରେକର୍ଡ଼ ରହିଛି । ଲଗାତାର ୬ଥର କପିଲଙ୍କ ନାମ ଫୋବର୍ସ ଇଣ୍ଡିଆ ସେଲିବ୍ରିଟି ଟପ୍ ୧୦୦ ମଧ୍ୟରେ ରହିଥିଲା । ୨୦୦୭ରେ ରିଏଲିଟି କମେଡ଼ି ଟେଲି ଶୋ’ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଞ୍ଜ’ ମାଧ୍ୟମରେ କପିଲ୍ ଦର୍ଶକଙ୍କ ସାମନାକୁ ଆସିଥିଲେ । ଏହାପର ଠାରୁ ସେ ଆଉ କେବେ ପଛକୁ ଚାହିଁନାହାନ୍ତି । ଏବେ ସୋସିଆଲ୍ ମିଡିଆରେ ତାଙ୍କର ଅଗଣିତ ପ୍ରଶଂସକ ଅଛନ୍ତି ।

Leave a Reply

Your email address will not be published. Required fields are marked *