ସଫଳତାର ୫ଟି ଗୁରୁମନ୍ତ୍ର ଦେଲେ କପିଲ୍
ଟେଲି ଜଗତର କମେଡ଼ି କିଙ୍ଗ୍ କପିଲ୍ ଶର୍ମା ନିଜର ମଜାଳିଆ ଅନ୍ଦାଜ୍ ପାଇଁ ଅଗଣିତ ଦର୍ଶକଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ତାଙ୍କର ଶୋ’ ‘ଦ କପିଲ୍ ଶର୍ମା ଶୋ’ ରିଆର୍ପି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ଅଫ୍ସ୍କ୍ରିନରେ ମଧ୍ୟ ସେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ । ତାଙ୍କର ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଦ୍ୱାରା ସେ ଆଜି ସଫଳତାର ସ୍ୱାଦ ପାଇପାରିଛନ୍ତି ।
ତେବେ ଏଭଳି ସଫଳତା ପାଇବାକୁ ହେଲେ ଜୀବନରେ ୬ଟି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି କପିଲ୍ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ କହଛନ୍ତି । ତାହେଲେ ଆସନ୍ତୁ ଜାଣିବା ସଫଳତା ପାଇବା ପାଇଁ କପିଲ୍ କେଉଁ ୫ଟି ଗୁରୁମନ୍ତ୍ର ଦେଇଛନ୍ତି –
୧- ନିଜ ଦୋଷ ଦୁର୍ବଳତାକୁ ଜାଣନ୍ତୁ ଓ ତାହାକୁ ସ୍ୱିକାର କରନ୍ତୁ । ଧୀରେ ଧୀରେ ତାହାର ସମାଧାନ କିଭଳି କରିହେବ, ସେ ପ୍ରତି ଦୃଷ୍ଟି ଦିଅନ୍ତୁ ।
୨- ସବୁବେଳେ ଏକ ଟିମ୍ ଭାବରେ କାମ କରନ୍ତୁ । ଅନ୍ୟମାନଙ୍କ ପରାମର୍ଶକୁ ଭଲ ଭାବେ ବୁଝନ୍ତୁ ଏବଂ କୌଣସି ଭଲ କାମକୁ ସମର୍ଥନ ଓ ସହଯୋଗ କରନ୍ତୁ ।
୩- ଯେ କୌଣସି ସଫଳତା ପାଇବାକୁ ହେଲେ ନିଜ ପରିବାର ସାଥିରେ ଥିବା ଆବଶ୍ୟକ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦିଅନ୍ତୁ । ସଫଳତା ପାଇବା ପଛରେ ପ୍ରେରଣାର ମୁଖ୍ୟ ସ୍ରୋତ ହେଉଛି ପରିବାର ।
୪- ଶିଶୁ ହୁଅନ୍ତୁ କିମ୍ବା ବୃଦ୍ଧ, ସମସ୍ତଙ୍କୁ ସମାନ ସମ୍ମାନ ଦିଅନ୍ତୁ । ସେମାନଙ୍କ କଥା ଧୀରସ୍ଥିର ହୋଇ ଶୁଣିବାକୁ ଚେଷ୍ଟା କରନ୍ତୁ ।
୫- ଅନେକ ସମୟରେ ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ଛୋଟ ଛୋଟ ଭୁଲ୍ରେ ଚିଡ଼ନ୍ତୁ ନାହିଁ । ଛୋଟ ଛୋଟ କଥାକୁ ନିଜ ଉପରକୁ ନିଅନ୍ତୁ ନାହିଁ । କାହାର କୌଣସି ସମସ୍ୟା କିମ୍ବା ଉପଦେଶକୁ ଅଣଦେଖା କରନ୍ତୁ ନାହିଁ ।