ନଖରାମି ଛାଡ଼ିନାହାନ୍ତି କନିକା

ନୂଆଦିଲ୍ଲୀ (ଓଟି): ବଲିଉଡ୍ ଗାୟିକା କନିକା କପୁର। କରୋନା ଆକ୍ରାନ୍ତ ଆଉ ବିବାଦ ଘେରରେ ଫସିଛନ୍ତି। ବିଦେଶରୁ ଆସିବା ପରେ ସରକାରଙ୍କୁ ତଥ୍ୟ ଲୁଚାଇବା ଅଭିଯୋଗ ତାଙ୍କ ନାଁରେ ରହିଛି। ଏପରିକି ମହାମାରୀ କରୋନା ଭୟ ମଧ୍ୟରେ ସେ ପାର୍ଟରେ ସାମିଲ୍‌ ହୋଇଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ଖୁବ୍‌ ଭୟଭୀତ ହୋଇପଡ଼ିଥିଲେ। ତେବେ କନିକାଙ୍କ ଦ୍ୱିତୀୟଥର ନମୁନା ପରୀକ୍ଷଣରେ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ସେ ପରୀକ୍ଷା ସମୟରେ ଖୁବ୍‌ ନଖରାମି ଦେଖାଇବା ତଥା ସେଲିବ୍ରିଟିଙ୍କ ଭାଉ ଦେଖାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଚିକିତ୍ସାରେ ଡାକ୍ତରଙ୍କୁ ଅସହଯୋଗ କରିବା ଭଳି ଅଭିଯୋଗ କନିକାଙ୍କ ବିରୋଧରେ ଆସିଛି। ଏହାରି ଭିତରେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସଜିପିଜିଆଇ)ଠାରେ କନିକାଙ୍କ ଦ୍ୱିତୀୟ ଥର ନମୁନା ପରୀକ୍ଷଣ କରାଯାଇଥିଲା। ଏଥିରୁ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହାଦ୍ୱାରା ଜଣାପଡ଼ିଛି ଯେ, ଚିକିତ୍ସାର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ିନାହିଁ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚିକିତ୍ସା ସମୟରେ ଜଣେ ରୋଗୀ ନୁହେଁ ବରଂ ତାରକାଙ୍କ ଭଳି ନଖରା ଦେଖାଇବା ସହ କନିକା ଡାକ୍ତରଙ୍କୁ ଅସହଯୋଗ କରୁଥିଲେ। ଏନେଇ ଏସଜିପିଜିଆଇ ଡାକ୍ତର ଆର୍.କେ ଧିମନ କହିଛନ୍ତି କନିକା ଚିକିତ୍ସା କରିବା ସମୟରେ ଜଣେ ଷ୍ଟାର ଭଳି ନଖରା ଦେଖାଉଥିଲେ।

Leave a Reply

Your email address will not be published.