‘ତଲାଇଭି’ର ସୁଟିଂ ଆରମ୍ଭ
ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଓ ସାଉଥ୍ ଫିଲ୍ମ ଅଭିନେତ୍ରୀ ଜୟ ଲଳିତାଙ୍କ ଜୀବନକୁ ନେଇ ପ୍ରସ୍ତୁତ ହେଉଥିବା ବାୟୋପିକ୍ ‘ତଲାଇଭି’ର ସୁଟିଂ ଆରମ୍ଭ ହୋଇଛି । ନଭେମ୍ବର୧୦ ତାରିଖରେ ପ୍ରଯୋଜକ ବିଷ୍ଣୁ ଇନ୍ଦୁରୀ ଓ ଶୈଲେସ୍ ଆର୍ ସିଂ ଫିଲ୍ମର କ୍ଲାପବୋର୍ଡ଼ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ । ଫିଲ୍ମର ଲିଡ୍ ରୋଲ୍ ପାଇଁ କଙ୍ଗନାଙ୍କୁ ସାଇନ୍ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଅରବିନ୍ଦ ସ୍ୱାମୀ । ତାମିଲରେ ବାୟୋପିକର ନାଁ ‘ତଲାଇଭି’ ରଖାଯାଇଥିବାବେଳେ ହିନ୍ଦୀ ଭର୍ସନରେ ଏହାର ନାମ ହେଉଛି ‘ଜୟା’ ।
ଏହି ଫିଲ୍ମ ୨ଟି ଭାଗରେ ପ୍ରସ୍ତୁତ ହେବ ଏବଂ ୩ଟି ଭାଷାରେ ମୁକ୍ତିଲାଭ କରିବ ବୋଲି ଖବର ମିଳିଛି । ପ୍ରଥମ ଭାଗ ଜୟ ଲଳିତାଙ୍କ ଫିଲ୍ମ କ୍ୟାରିୟର୍ ଓ ବ୍ୟକ୍ତିଗତ ଜୀବନ ଉପରେ ଆଧାରିତ ଏବଂ ଦ୍ୱିତୀୟ ଭାଗରେ ତାଙ୍କର ରାଜନୈତକ କ୍ୟାରିୟର୍ ଓ ସଫଳତା ଉପରେ ଆଲୋକପାତ କରାଯିବ ବୋଲି ଫିଲ୍ମ ଟିମ୍ ପକ୍ଷରୁ ବହୁ ପୂର୍ବରୁ ସୂଚନା ମିଳିଥିଲା । ଏହି ଫିଲ୍ମ ପାଇଁ କଙ୍ଗନା ୬ ମାସରୁ ଊଦ୍ଧ୍ୱର୍ ଦିନ ଧରି ଭାରତନାଟ୍ୟମର ପ୍ରଶୀକ୍ଷଣ ନେଇଛନ୍ତି । ସେ ୧୦୦ ଜଣ ଡ୍ୟାନ୍ସରଙ୍କ ସହ ଗୋଟିଏ ଗୀତରେ ପରଫର୍ମ କରିବେ । ଏ ଏଲ୍ ବିଜୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂରେ ଅରବିନ୍ଦ ଆସନ୍ତା ୧୫ ତାରିଖରୁ ଜଏନ୍ କରିବେ ।