୧୦୦ଜଣ ଡ୍ୟାନ୍ସରଙ୍କ ସହିତ ଡ୍ୟାନ୍ସ କରିବେ କଙ୍ଗନା
ଅପକମିଙ୍ଗ୍ ଫିଲ୍ମ ‘ତଲାଇଭି’ ପାଇଁ କଙ୍ଗନା ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ତାମିଲ୍ ନାଡ଼ୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ପରଫେକ୍ସନ୍ ଆଣିବା ପାଇଁ କଙ୍ଗନା ଏବେଠାରୁ ଲାଗି ପଡ଼ିଛନ୍ତି । ସାଉଥ୍ ଭର୍ସନରେ ଏହି ଫିଲ୍ମର ନାଁ ‘ତଲାଇଭି’ ଥିବାବେଳେ ହିନ୍ଦୀରେ ଏହାର ନାଁ ରଖାଯାଇଛି ‘ଜୟା’ । ଏହି ଫିଲ୍ମ ପାଇଁ କଙ୍ଗନା ଗତ ସପ୍ତାହରୁ ଭରତନାଟ୍ୟମ୍ ଶିଖୁଛନ୍ତି ବୋଲି ଖବର ଆସିଛି । ୧୦୦ ଜଣ ଡ୍ୟାନ୍ସରଙ୍କ ସହିତ କଙ୍ଗନା ରେଟ୍ରୋ ସଙ୍ଗରେ ଡ୍ୟାନ୍ସ କରିବେ । ଏହାର କୋରିଓଗ୍ରାଫି କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରଖ୍ୟାତ କୋରିଓଗ୍ରାଫର୍ ଗାୟତ୍ରୀ ରଘୁରାମ । ଏହି ଖବରକୁ କଙ୍ଗନା ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି । ଏ ଏଲ୍ ବିଜୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି କେଭି ବିଜୟ ପ୍ରସାଦ ଓ ରଜତ ଅରୋରା । ସୂନଚାଯୋଗ୍ୟ ରାଜନେତ୍ରୀ ହେବା ପୂର୍ବରୁ ଜୟଲଳିତା ଜଣେ ଦକ୍ଷ ଅଭିନେତ୍ରୀ ମଧ୍ୟ ଥିଲେ । ତେଣୁ ଏହି ଫିଲ୍ମରେ ଜୟ ଳଳିତାଙ୍କ ରାଜନୈତିକ ଜୀବନ ସହିତ କଳାନୈପୁଣ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ ଦୁଇଟି ଭାଗରେ ପ୍ରସ୍ତୁତ କରାଯିବ ବୋଲି ଫିଲ୍ମଟିମ୍ ପକ୍ଷରୁ ବହୁପୂର୍ବରୁ ସୂଚନା ମିଳିଥିଲା । ତେବେ କଙ୍ଗନାଙ୍କୁ ଜୟଲଳିତାଙ୍କ ଭୂମିକାରେ ଦେଖିବା ପାଇଁ ପ୍ରଶଂସକ ଅପେକ୍ଷା କରି ବସିଛନ୍ତି ।











