ଜୟଲଳିତାଙ୍କ ଭୂମିକାରେ କଙ୍ଗନା

କଙ୍ଗନାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକ ମହଲରେ ଏକ ଜବରଦସ୍ତ ଖବର ଶୁଣିବାକୁ ମିଳୁଛି । ‘ମଣିକର୍ଣ୍ଣିକା’ର ସଫଳତା ପରେ ସେ ଆଉ ଏକ ବାୟୋପିକରେ ଅଭିନୟ କରିବାକୁ ଯାଉଛନ୍ତି । ତାମିଲନାଡ଼ୁର ସିଏମ୍ ଜୟଲଳିତାଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍ ନିର୍ମିତ ହେବ ଏବଂ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ କଙ୍ଗନା ରଣାୱତ୍ । ଫିଲ୍ମ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ବାୟୋପିକ୍ ୨ଟି ଭାଷାରେ ନିର୍ମିତ ହେବ । ତାମିଲ୍ରେ ଏହି ଫିଲ୍ମର ଟାଇଟଲ୍ ହେବ ‘ତଲାଇଭି’ ଏବଂ ହିନ୍ଦୀରେ ‘ଜୟା’ ରଖାଯିବ ବୋଲି ପ୍ଲାନିଙ୍ଗ୍ ଅଛି ।

ଏଏଲ୍ ବିଜୟ ଏହି ବାୟୋପିକର ନିର୍ଦ୍ଦେଶନା ଦେବେ । ବ୍ଲକ୍ବଷ୍ଟର୍ ଫିଲ୍ମ ‘ବାହୁବଳୀ’ର ଲେଖକ କେଭି ବିଜେନ୍ଦ୍ରା ପ୍ରସାଦ ଏହାର କାହାଣୀ ରଚନା କରିଥିବାବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ବିଷ୍ଣୁ ବର୍ଦ୍ଧନ ଇନ୍ଦୁରି ଓ ଶୈଲେଶ୍ ଆର୍ ସିଂ । ବିବାଦୀୟ ଫିଲ୍ମ ‘ମଣିକର୍ଣ୍ଣିକା’ର ଅପାର ସଫଳତା ପରେ ଏବେ କଙ୍ଗନା ଜୟଲଳିତାଙ୍କ ବାୟୋପିକ୍ ନେଇ ବ୍ୟସ୍ତ ଅଛନ୍ତି । କଙ୍ଗନାଙ୍କ ଏହି ସଫଳତା ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଉପହାର ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.