‘କରୋନା’ ପାଇଁ ସତର୍କ କଙ୍ଗନା
ମୁମ୍ବାଇ(ଓଟି): ଚାରିଆଡ଼େ ମହାମାରୀ ଆତଙ୍କ। ସବୁଠି ଭୟର ବାତାବରଣ। କରୋନା ପାଇଁ ବିଶ୍ଵବାସୀ ଚିନ୍ତିତ। ଏହାରି ଭିତରେ ଭାରତ ସମେତ ବିଶ୍ଵର ଅନେକ ସହରରେ ସରକାରୀ ଭାବେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଘରୁ ନବାହରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାବେଳେ ସଚେତନ ନାଗରିକ ମଧ୍ୟ ନିଜ ସୁରକ୍ଷା ପାଇଁ ବେଶ୍ ସତର୍କ ହୋଇପଡ଼ିଛନ୍ତି। ଏହାରି ମଧ୍ୟରେ ମନାଲିରେ ସମୟ ବିତାଉଥିବା ସୁନ୍ଦରୀ କଙ୍ଗନା ରଣାୱତ ମଧ୍ୟ ଖୁବ୍ ସତର୍କ ହୋଇପଡ଼ିଛନ୍ତି। ସେ ନିଜକୁ କ୍ଵାରେଣ୍ଟାଇନ୍ରେ ରଖିଛନ୍ତି। ଅର୍ଥାତ୍ ରୁମ୍ ଲକ୍ କରି ସେ ସତର୍କ ହୋଇପଡ଼ିଥିବା ଜଣାପଡ଼ିଛି।
୩୨ ବର୍ଷୀୟା କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ୍ ପେଜରେ ଏକ ଫଟୋ ସେୟାର କରିଛନ୍ତି। ସଦଗୁରୁଙ୍କ ଲେଖା ଯାଇଥିବା ପୁସ୍ତକ ‘ଡେଥ୍’ ସେ ପଢ଼ୁଥିବାର ନଜର ଆସିଛନ୍ତି। ଏପରିକି କଙ୍ଗନା ଏହି ପୁସ୍ତକ ଅନ୍ୟମାନଙ୍କୁ ପଢ଼ିବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତ। ସମ୍ପ୍ରତି ସେ ମନାଲିରେ ନିଜ ଘରେ ସମୟ ବିତାଉଛନ୍ତି। ସଦଗୁରୁଙ୍କ ଲିଖିତ ଇନର ଇଞ୍ଜିନିୟରିଂ ଏବଂ ମିଷ୍ଟିକ୍ ମ୍ୟୁସିଙ୍ଗସ୍ ମଧ୍ୟ ପଢ଼ିବାକୁ ସେ ଭଲପାଆନ୍ତି ଓ ପରାମର୍ଶ ଦିଅନ୍ତି। ଏଥିସହ ସେ ନିଜ ପୁତୁରା ପୃଥିବୀରାଜଙ୍କ ସହ ଫଟୋ ସେୟାର କରିଛନ୍ତି।
ସୂଚନାଯୋଗ୍ୟ କ୍ଵାରେଣ୍ଟାଇନ୍ ଟାଇମ୍ ପୂର୍ବରୁ କଙ୍ଗନା ଚେନ୍ନାଇରେ ଜୟଲଳିତାଙ୍କ ବାୟୋପିକ୍ ଥଲାଇବିର ସୁଟିଂ କରୁଥିଲେ।