ଜୟଲଳିତାଙ୍କ ଭୂମିକା ପାଇଁ ଫିଟ୍ ନୁହନ୍ତି କଙ୍ଗନା: ଶ୍ରୀ ରେଡି
ସତେ ଯେମିତି କଙ୍ଗନା ରଣାୱତଙ୍କ ପିଛା ଛାଡ଼ୁନି ବିବାଦ । ସବୁ ସମୟରେ କିଛି ନା କିଛି ବିବାଦ କଙ୍ଗନାଙ୍କୁ ଘେରି ରହୁୁଛି। ନିକଟ ଅତୀତରେ ଅନେକ ବାଦବିବାଦ ପରେ ‘ମଣିକର୍ଣ୍ଣିକା’ ମୁୁକ୍ତିଲାଭ କର ବକ୍ସ ଅଫିସରେ ସଫଳ ହୋଇଥିଲା । ଏବେ କଙ୍ଗନାଙ୍କ ପାଇଁ ଆଉ ଏକ ସମସ୍ୟା ଆସି ପହଞ୍ଚିଯାଇଛି । ଖବର ଅନୁଯାୟୀ କଙ୍ଗନାଙ୍କ ଆଗାମୀ ବାୟୋପିକ୍ ‘ତଲାଇଭି’ର ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ସାଉଥ୍ର ଅଭିନେତ୍ରୀ ଏନେଇ ଆପତ୍ତି ଜଣାଇଛନ୍ତି । ଶ୍ରୀ ରେଡି କହିଛନ୍ତି ଯେ ଜୟଲଳିତାଙ୍କ ବାୟୋପିକ୍ ‘ତଲାଇଭି’ ପାଇଁ କଙ୍ଗନା ଫିଟ୍ ନୁହଁନ୍ତି ।
ତାମିଲନାଡ଼ୁର ଆଇରନ୍ ଲେଡି ସିଏମ୍ ଜୟଳଳିତାଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ । କେହି ମଧ୍ୟ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବାକୁ ସେ ଚାହାନ୍ତି ନାହିଁ । କିନ୍ତୁ ବାୟୋପିକ୍ ପ୍ରସ୍ତୁତ ହେବା ନିହାତି ଜରୁରୀ । କାରଣ ବାୟୋପିକ୍ ମାଧ୍ୟମରେ ଆଗାମୀ ପିଢି ଜୟଳଳିତାଙ୍କ ସମ୍ପର୍କରେ ଜାଣିପାରିବେ ।
ତେଣୁ ବାୟୋପିକ୍ ଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ସାଉଥର କୌଣସି ଅଭିନେତ୍ରୀଙ୍କୁ ଫାଇନାଲ୍ କରାଯାଇପାରିବ । କିନ୍ତୁ କଙ୍ଗନା ରଣାୱତ୍ ବିଲକୁଲ୍ ନୁହେଁ । ସୂଚନାଯୋଗ୍ୟ ବାୟୋପିକର ମୁଖ୍ୟ ଭୂମିକା ପାଇଁ ବଲିଉଡ୍ ସହିତ ସାଉଥର ଅନେକ ଅଭିନେତ୍ରୀଙ୍କୁ ମଧ୍ୟ ଆପ୍ରୋଚ୍ କରାଯାଇଥିଲା ବୋଲି ଫିଲ୍ମଟିମ୍ ପକ୍ଷରୁ ପ୍ରକାଶ । କିନ୍ତୁ ଶେଷରେ କଙ୍ଗନାଙ୍କୁ ମୁଖ୍ୟ ଭୂମିକା ପାଇଁ ବଛା ଯାଇଥିଲା । ତେବେ ଖବର ଯାହା କିଛି ହେଉ ନା କାହିଁକି, ପୁଣିଥରେ ଫିଲ୍ମର ସୁଟିଂ ଆରମ୍ଭ ନହେବା ପୂର୍ବରୁ କଙ୍ଗନାଙ୍କ ପାଇଁ ବିବାଦ ଆସି ପହଞ୍ଚିଗଲା ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି । ଏଏଲ୍ ବିଜୟ ‘ତଲାଇଭି’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ।