‘ତଲାଇଭି’ର ଫାଷ୍ଟଲୁକ୍ ରିଲିଜ୍, ମେକଅପ୍ ପାଇଁ ଟ୍ରୋଲ୍ ହେଉଛନ୍ତି କଙ୍ଗନା

ସାଉଥର ଦିଂବଗତ ଅଭିନେତ୍ରୀ ଓ ରାଜନେତ୍ରୀ ଜୟଲଳିତାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ‘ତଲାଇଭି’ । କଙ୍ଗନାଙ୍କ ଅଭିନୀତ ଏହି ବାୟୋପିକ୍ ସମ୍ପର୍କିତ ଅନେକ ଖବର ସୋସିଆଲ୍ ମିଡିଆର ମୁଖ୍ୟ ଚର୍ଚ୍ଚାରେ ରହିଆସିଛି । ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଏହାର ଫାଷ୍ଟଲୁକ୍ ଓ ପ୍ରାୟ ଦେଢ଼ ମିନିଟର ଏକ ଟିଜର୍ ସେୟାର୍ କରିଛନ୍ତି, ଯେଉଁଥିରେ ଜୟଲଳିତାଙ୍କ ଅଭିନୟ ଓ ରାଜନୈତିକ କ୍ୟାରିୟରର କିଛି ଝଲକ ଦେଖିବାକୁ ମିଳିଛି । ଜୟଲଳିତାଙ୍କ ରୂପରେ କଙ୍ଗନାଙ୍କୁ ଦେଖିବା ପରେ ଏବେ ସେ ବେଶ୍ ଟ୍ରୋଲ୍ ହେଉଛନ୍ତି । ଅଜବ ମେକଅପ୍ ପାଇଁ ଏବେ କଙ୍ଗନା ଉପହାସର ପାତ୍ର ହୋଇଯାଇଛନ୍ତି ।

ଜଣେ ଟ୍ୱିଟର୍ ୟୁଜର୍ସ ଲେଖିଛନ୍ତି ଯେ କଙ୍ଗନା ଜୟଲଳିତାଙ୍କ ପରିବର୍ତ୍ତେ ‘ବିଗ୍ ବସ’ର ରଶ୍ମୀ ଦେଶାଇଙ୍କ ଭଳି ଦେଖାଯାଉଛନ୍ତି । ଆଉ କେତେଜଣ ଟ୍ୱିଟ୍ କରିଛନ୍ତି ଯେ ଭୟଙ୍କର ମେକଅପ୍ । କଙ୍ଗନାଙ୍କ ମେକଅପ୍ ନିରାଶାଜନକ । ଚଳିତବର୍ଷର ସବୁଠାରୁ ହାସ୍ୟାସ୍ପଦ ଲୁକ୍ । ଆଉ କେତେଜଣଙ୍କ ଟ୍ୱିଟ୍ ହେଉଛି ‘ଷାଣ୍ଢ କି ଆଁଖ’ରେ ତାପସୀ ଓ ଭୂମିଙ୍କ ମେକଅପକୁ ଖରାପ କହୁଥିବା ୟୁଜର୍ସ କଙ୍ଗନାଙ୍କ ପାଇଁ କ’ଣ କହିବେ? ଏଭଳି ଆହୁରି ବିଭିନ୍ନ ପ୍ରକାର ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । କିନ୍ତୁ ଏ ସମ୍ପର୍କରେ କଙ୍ଗନାଙ୍କ ପକ୍ଷରୁ କୌଣସି ପ୍ରତିକ୍ର୍ରିୟା ମିଳିନାହିଁ । ଏ.ଏଲ୍. ବିଜୟଙ୍କ ନିର୍ଦ୍ଦେଶିତ ଏହି ବାୟୋପିକ୍ ଆଗାମୀ ବର୍ଷ ଜୁନ୍ ୨୬ ତାରିଖରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *