କଙ୍ଗନାଙ୍କ ଆଗାମୀ ଫିଲ୍ମର ଟାଇଟେଲକୁ ନେଇ ଅଭିଯୋଗ

କଙ୍ଗନା ଓ ରାଜକୁମାର ରାଓ ଷ୍ଟାରର୍ ‘ମେଣ୍ଟାଲ୍ ହେ କ୍ୟା’ର ପୋଷ୍ଟର୍ ରିଲିଜ୍ ହେବା ପରେ ସିନେ ମହଲରେ ଏହାକୁ ନେଇ କିଛି ନା କିଛି ଚର୍ଚ୍ଚା ଲାଗିରହିଛି । ଏବେ ଏ ସମ୍ପର୍କରେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ – ଫିଲ୍ମର ଟାଇଟେଲ୍କୁ ନେଇ ଆପତ୍ତି ଅଭିଯୋଗ ଆସିଛି । କେତେଜଣ ମେଣ୍ଟାଲ୍ ହେଲଥ୍ ଏକ୍ସପର୍ଟ ଫିଲ୍ମର ଟାଇଟେଲକୁ ନେଇ ଅଭିଯୋଗ ଆଣିଛନ୍ତି । ‘ଦ ହିନ୍ଦୁ’ ଅନୁଯାୟୀ ‘ଦ ଇଣ୍ଡିଆନ୍ ସାଇକଆଟ୍ରିକ୍ ସୋସାଇଟି’ (ଆଇପିଏସ୍) ଗତ ଗୁରୁବାର ଦିନ ଏ ସମ୍ପର୍କିତ ଏକ ଅଭିଯୋଗ ପତ୍ର ‘ସିବିଏଫ୍ସି’, ‘ଦ ମିନିଷ୍ଟ୍ରୀ ଅଫ୍ ଇନଫରମେସନ୍ ଆଣ୍ଡ୍ ବ୍ରର୍ଡ଼କାଷ୍ଟିଙ୍ଗ୍’ ଓ ‘ପିଏମଓ’କୁ ପଠାଇଛନ୍ତି । ଏଥିରେ ଫିଲ୍ମର ଟାଇଟେଲକୁ ବଦଲାଇବା ପାଇଁ ଦାବି କରିବା ସହିତ ଫିଲ୍ମର ପୋଷ୍ଟର୍ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି । ଫିଲ୍ମର ଏଭଳି ଟାଇଟେଲ୍ ମାନସିକ ବିକଳାଙ୍ଗ ବ୍ୟକ୍ତିଙ୍କ କ୍ଷେତ୍ରରେ ଏକ ଶକ୍ତ କୁଠାରଘାତ କରୁଛି ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ନିକଟରେ ଫିଲ୍ମର ଏକ ନୂଆ ପୋଷ୍ଟର୍ ରିଲିଜ୍ ହୋଇଥିଲା, ଯେଉଁଥିରେ କଙ୍ଗନା ଓ ରାଜକୁମାର ସାମନା ସାମନି ଅଛନ୍ତି ଏବଂ ଦୁଇଜଣଙ୍କ ଜିଭରେ ଗୋଟିଏ ବ୍ଲେଡ୍ ରଖାଯାଇଛି । ଏଭଳି ଏକ ପୋଷ୍ଟରକୁ ସୋସିଆଲ୍ ମିଡିଆର କେତେଜଣ ୟୁଜର୍ସ ଖୁବ୍ ପସନ୍ଦ କରିଥିବାବେଳେ ଅନ୍ୟ କେତେଜଣ ଏହାକୁ ବିରୋଧ କରିଥିଲେ । ଏହି ପୋଷ୍ଟର୍ ଦେଖିବା ପରେ ଫିଲ୍ମର ନାଁ ବଦଲାଇବା ପାଇଁ ବିଭିନ୍ନ ବୁଦ୍ଧିଜୀବି ମହଲରୁ ସ୍ୱର ଉତ୍ତୋଳନ ହୋଇଥିଲା । ଫିଲ୍ମର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯାଇଛି ଏବଂ ଏହା ଆସନ୍ତା ଜୁନ୍ ୨୧ ତାରିଖ ଦିନ ସିନେମାଘରକୁ ଆସିବ ।

Leave a Reply

Your email address will not be published.