ବାୟୋପିକ୍ ପାଇଁ ଫି’ ବଢାଇଲେ କଙ୍ଗନା
କିଛିଦିନ ତଳେ ଖବର ଆସିଥିଲା ଯେ ତାମିଲନାଡ଼ୁର ସିଏମ୍ ଜୟଲଳିତାଙ୍କ ବାୟୋପିକ୍ ପରଦା ଉପରକୁ ଆସିବ ଏବଂ ଏଥିପାଇଁ କଙ୍ଗନା ରଣାୱତଙ୍କୁ ସାଇନ୍ କରାଯାଇଛି । କଙ୍ଗନାଙ୍କ ଜନ୍ମଦିନରେ ଏହି ଖୁସି ଖବର ସେୟାର୍ କରାଯାଇଥିଲା । ଏଭଳି ଏକ ଖବରରେ ପ୍ରଶଂସକ ଖୁସି ଥିବାବେଳେ ଏବେ କଙ୍ଗନାଙ୍କ ଫି’ ବିଷୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତାଜା ଖବର ଅନୁଯାୟୀ କଙ୍ଗନା ଏହି ବାୟୋପିକ୍ ପାଇଁ ୨୪ କୋଟି ଫି’ ଦାବି କରୁଛନ୍ତି ଏବଂ ଫିଲ୍ମ ନିର୍ମାତା ମଧ୍ୟ କଙ୍ଗନାଙ୍କର ଏହି ଦାବିକୁ ପୁରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଥମେ ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ରାୟ ଓ ବିଦ୍ୟା ବାଲାନଙ୍କ ସହିତ ସମ୍ପର୍କ କରାଯାଇଥିଲା । କିନ୍ତୁ ଫାଇନାଲ୍ ଷ୍ଟାର୍କାଷ୍ଟ୍ ଭାବେ କଙ୍ଗନାଙ୍କୁ ଏହି ସୌଭାଗ୍ୟ ମିଳିଛି । ଯଦି କଙ୍ଗନାଙ୍କୁ ୨୪ କୋଟି ଟଙ୍କା ଫି’ ମିଳେ, ତାହାଲେ ଏହା କଙ୍ଗନାଙ୍କ ପାଇଁ ଆଉ ଏକ ରେକର୍ଡ଼ ହେବ । ଭାରତରେ ସବୁଠାରୁ ଅଧିକ ଫି’ ନେଉଥିବା ଅଭିନେତ୍ରୀ ତାଲିକାରେ କଙ୍ଗନା ସର୍ବୋଚ୍ଚ ସ୍ଥାନ ଅଧିକାର କରିବେ ।