୪୦କୋଟି ଟଙ୍କା ଏବଂ ୨୦୦୦ ଜୁନିୟର୍ ଆର୍ଟିଷ୍ଟଙ୍କ ସହ ସୁଟ୍ କରାଯିବ ଆକ୍ସନ୍ ସିନ୍
ଏହା କୌଣସି ହଲିଉଡ୍ ଫିଲ୍ମ ପାଇଁ ନୁହେଁ । ସାଉଥ୍ ସୁପରଷ୍ଟାର୍ କମଲ୍ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ୍୨’ର ଆକ୍ସନ୍ ଦୃଶ୍ୟ ପାଇଁ ଏଭଳି ଆୟୋଜନ ହୋଇଛି । ଫିଲ୍ମର ସୁଟିଂ ଭୋପାଳରେ ଆରମ୍ଭ କରାଯିବ । ପୂର୍ବରୁ ଏହି ଫିଲ୍ମର ୨ଟି ସୁଟିଂ ସେଡ୍ୟୁଲ୍ ପୁରଣ ହୋଇସାରିଛି । ୧୯୯୬ରେ ରିଲିଜ୍ ହୋଇଥିବା ତାମିଲ୍ ଫିଲ୍ମ ‘ଇଣ୍ଡିଆନ୍’ର ସିକ୍ୱେଲ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି । ୨୦୦୦ ଜୁନିୟର୍ ଆର୍ଟିଷ୍ଟଙ୍କ ସହିତ ୪୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେଉଥିବା ଏହି ଆକ୍ସନ୍ ଦୃଶ୍ୟର ନିର୍ଦ୍ଦେଶନା ଦେବେ ପିଟର୍ ହେନ୍ । ଏହି ଫିଲ୍ମରେ କମଲ୍ ହାସନ୍ ୯୦ ବର୍ଷୀୟ ବୃଦ୍ଧ ଭୂମିକାରେ ପରଦା ଉପରକୁ ଆସିବେ ।
କମଲଙ୍କ ସହିତ କାଜଲ୍ ଅଗ୍ରୱାଲ୍ ଏହି ଫିଲ୍ମରେ ଆକ୍ସନ୍ ଅବତାରରେ ନଜର ଆସିବେ । ଏଥିପାଇଁ କାଜଲ୍ ମାର୍ଶଲ୍ ଆର୍ଟ କଲାରିପୟଟୁର ଟ୍ରେନିଙ୍ଗ୍ ନେଉଛନ୍ତି । ଏହି ଫିଲ୍ମରେ ରକୁଲ୍ ପ୍ରିତ୍ ସିଂ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ‘ଇଣ୍ଡିଆନ୍’ର ପ୍ରଥମ ଭାଗରେ କମଲ୍ ବାପା ଓ ପୁଅ ଭାବେ ଡବଲ୍ ଭୂମିକାରେ ଥିଲେ । କିନ୍ତୁ ଏହାର ସିକ୍ୱେଲର କାହାଣୀ ସମ୍ପର୍କରେ କୌଣସି ଖବର ଜଣାପଡ଼ିନାହିଁ । ‘ଇଣ୍ଡିଆନ୍ ୨’ ଆସନ୍ତା ୨୦୨୧ ଏପ୍ରିଲ୍ ୧୪ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।