ମୟୂରଭଞ୍ଜରେ ସର୍ବାଧିକ ‘କାଳିଆ’ ହିତାଧିକାରୀ
ଭୁବନେଶ୍ଵର, (ଓଟି): ଦ୍ଵିତୀୟ ପର୍ଯ୍ୟାୟରେ ‘କାଳିଆ’ ଯୋଜନା ବାବଦ ଅର୍ଥ ପ୍ରେରଣ ପରେ ରାଜ୍ୟରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ୩୦ ଲକ୍ଷ ୪୦ ହଜାର ୩୮ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ସୁଦ୍ଧା ଯେଉଁ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି ସେ ଜିଲ୍ଲାଟି ହେଉଛଇ ମୟୂରଭଞ୍ଜ। ତାଲିକା ଅନୁସାରେ ଏହି ଜିଲ୍ଲାର ୨ଲକ୍ଷ ୨୭ ହଜାର ୭୦ ଜଣଙ୍କୁ କାଳିଆ ଯୋଜନା ବାବଦ ଅର୍ଥ ହିତାଧିକାରୀ ଭାବେ ପହଞ୍ଚିଛି।
ମୟୂରଭଞ୍ଜ ତଳକୁ ଗଞ୍ଜାମ ଜିଲ୍ଲାର ୧ଲକ୍ଷ ୯୦ ହଜାର ୪୯୮ ଜଣ ହିତାଧିକାରୀଙ୍କ ପାଖଷର କାଳିଆ ଅର୍ଥ ପହଞ୍ଚିଥିବା ବେଳେ ବାଲେଶ୍ଵର ଜିଲ୍ଲାର ୧ଲକ୍ଷ ୮୨ ହଜାର ୪୭୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ଉଦ୍ଦିଷ୍ଟ ଅର୍ଥ ପ୍ରଦାନ କରାଯାଇଛି। ଏହି ତାଲିକା ଅନୁସାରେ ସବୁଠାରୁ କମ୍ ଅର୍ଥ ପାଇଛନ୍ତି ଗଜପତି ଜିଲ୍ଲାର ଲୋକେ। ଏହି ଜିଲ୍ଲାର ସମୁଦାୟ କାଳିଆ ହିତାଧିକାରୀ ସଂଖ୍ୟା ହେଉଛଇ ୫୧ ହଜାର ୧୧୫ ଜଣ।
ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାର କେତେ ହିତାଧିକାରୀ ‘କାଳିଆ’ ଅର୍ଥ ପାଇଛନ୍ତି:
