ଆଉଥରେ କାଳିଆ ଆରମ୍ଭ, ଏସ୍‌ଏଚ୍‌ଜି କିଣିବେ ଧାନ

ଭୁବନେଶ୍ଵର, (ଓଟି): ନବୀନ ସରକାରଙ୍କ ପଞ୍ଚମ ଚରଣର ପ୍ରଥମ ଦିନରେ ଦୁଇଟି ଐତିହାସିକ ନିଷ୍ପତ୍ତି ଗୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରଚାର ସମୟରେ ଏସ୍‌ଏଚ୍‌ଜି ମହିଳା ଓ ଚାଷୀଙ୍କୁ ଆର୍ଥିକ ସହାୟତା ତଥେ ବିକାଶ ପାଇଁ ନବୀନ ଦେଇଥିବା ପ୍ରମୁଖ ପ୍ରତିଶ୍ରୁତିକୁ ଏହାଦ୍ଵାରା ପୂରଣ କରାଯାଇଛି ବୋଲି ସେ କହିଛନ୍ତି।

କାଳିଆ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି

ନିର୍ବାଚନର ଅବ୍ୟବହିତ ପୂର୍ବରୁ ଘୋଷଣା କରାଯାଇଥିବା କାଳିଆ ଯୋଜନାକୁ ସମ୍ପ୍ରସାରଣ କରିଛନ୍ତି ମୁଖ୍ୟମନ୍ତଅୀ ନବୀନ ପଟ୍ଟନାୟକ। ’କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ କାଳିଆ ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ୪୨ ଲକ୍ଷରୁ ୭୫ ଲକ୍ଷକୁ ବୃଦ୍‌ଧି କରିଛନ୍ତି। ୧୫ ଦିନ ଭିତରେ ବାଦ୍‌ ପଡ଼ିଥିବା ହିତାଧିକାରୀ ଏଥିରେ ସାମିଲ୍‌ ହେବେ। ଖାଲି ସେତିକି ନୁହେଁ ଆଜିଠାରୁ ନିର୍ବାଚନୀ ଘୋଷଣା ଅନୁସାରେ ସରକାର କାଳିଆ ହିତାଧିକାରୀଙ୍କୁ ଟଙ୍କା ସହାୟତା ପ୍ରେରଣ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଜି କିଣିବେ ଧାନ

ଏଣିକି ଧାନ କିଣା କାର୍ଯ୍ୟ ମହିଳା ସ୍ଵୟଂ ସସହା୍ରକ ଗୋଷ୍ଠୀ କରିବେ। ଖାଲି ସେତିକି ନୁହେଁ, ସ୍କୁଲ୍‌ଗୁଡ଼ିକୁ ୟୁନିଫର୍ମ ଯୋଗାଣ, ହସ୍‌ପିଟାଲ୍‌କୁ ଖାଦ୍ୟା ଯୋଗଣ, ମଶାରୀ ଯୋଗାଣ, ମଧ୍ୟାହ୍ନ ଭୋଜନ ଯୋଗାଣ ପ୍ରଭୃତି କାର୍ଯ୍ୟକ୍ରମ ଏଣିକି ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ଵାରା ହେବ। ମହିଳାଙ୍କ ଆର୍ଥିକ ବିକାଶ ତଥା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *