‘କଳଙ୍କ’ର ଟ୍ରେଲର୍ ରିଲିଜ୍, ପ୍ରଥମ ଝଲକରେ ହିଁ ଦର୍ଶକ ବିମୋହିତ
ବହୁ ପ୍ରତିକ୍ଷୀତ ମଲଟିଷ୍ଟାରର୍ ଫିଲ୍ମ ‘କଲଙ୍କ’ର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲରଟି ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଛି ଏବଂ ଏହି ଫିଲ୍ମ ବ୍ଲକ୍ବଷ୍ଟର୍ ହିଟ୍ ହେବ ବୋଲି ଦର୍ଶକ ଏବେଠାରୁ ଦୃଢତାର ସହ କହିଛନ୍ତି । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷିତ, ଆଲିଆ, ବରୁଣ ଧୱନ୍, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର୍, କୁଣାଲ୍ ଖେମୁ ଓ କିୟାରା ଆଡଭାନି ପରଦା ଉପରକୁ ଆସିବେ ।
ଟ୍ରେଲରରେ ଏହି ସମସ୍ତ ତାରକାଙ୍କ ଦକ୍ଷ ଅଭିନୟର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଐତିହାସିକ ପୃଷ୍ଟଭୂମି ଉପରେ ଆଧାରିତ ଏହି ଫିଲ୍ମର ସମସ୍ତ ସେଟ୍ ବାସ୍ତବ ଭଳି ମନେ ହେଉଛି । ଏଭଳି ବାସ୍ତବତା ଓ କାହାଣୀରେ ଦର୍ଶକ ବିମୋହିତ ହୋଇଯାଇଛନ୍ତି । କରଣ ଜୋହରଙ୍କ ସମେତ ସାଜିଦ୍ ନାଦିଆୱାଲା, ହିରୋ ଜୋହର୍ ଓ ଅପୂର୍ବା ମେହେତାଙ୍କ ପ୍ରଯୋଜିତ ‘କଳଙ୍କ’ ଆସନ୍ତା ୧୯ ତାରିଖରେ ସିନେମାଘରକୁ ଆସିବ । ଟ୍ରେଲର୍ ପୂର୍ବରୁ ଫିଲ୍ମର ସମସ୍ତ ପୋଷ୍ଟର୍ ଓ ଟିଜର୍ ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଥିଲା ଏବଂ ସିନେପ୍ରେମୀ ଏହାର ମୁକ୍ତିଲାଭକୁ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି ।