‘କଳଙ୍କ’ର ଟାଇଟେଲ୍ ଟ୍ରାକ୍ ରିଲିଜ୍
ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ର ଟାଇଟେଲ୍ ଟ୍ରାକ୍ ରିଲିଜ୍ କରାଯାଇଛି । ପୂର୍ବରୁ ଏହାକୁ ୨୯ ତାରିଖରେ ରିଲିଜ୍ କରାଯିବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ ଏହି ଟ୍ରାକକୁ ଅଧିକ ସ୍ମୃତିମଧୁର କରିବାକୁ ଫିଲ୍ମନିର୍ମାତା ଚାହୁଁଥିବାରୁ ରିଲିଜ୍୍ ଡେଟରେ ଗୋଟିଏ ଦିନର ପରିବର୍ତ୍ତନ ହୋଇଥିଲା ଏବଂ ୩୦ ତାରିଖରେ ଗୀତଟି ରିଲିଜ୍ ହୋଇଛି । ଏହି ଗୀତଟିର ଅଧିକ ଦୃଶ୍ୟରେ ବରୁଣ ଓ ଆଲିଆ ଅଛନ୍ତି ଏବଂ ଅନ୍ୟ କଳାକାରମାନେ ଫ୍ରେମ୍ରେ କମ୍ ଆସିଛନ୍ତି । ଆଲିଆ ଏଥିରେ କ୍ରୀମ୍ କଲର୍ ସରାରା କ୍ୟାରି କରିଥିବାବେଳେ ବରୁଣ ଲାଇଟ୍ କଲର୍ କୂର୍ତ୍ତା ପିନ୍ଧିଛନ୍ତି ।
ଅରିଜିତ୍ ଏହି ଗୀତକୁ ନିଜ ନିଆରା ସ୍ୱରରେ ସଜାଇଥିବାବେଳେ ଅମିତାଭ ଭଟ୍ଟାଚାର୍ଯ୍ୟ ଏହାକୁ ରଚନା କରିଛନ୍ତି । ପ୍ରୀତମ୍ ମ୍ୟୁଜିକ୍ ଦେଇଛନ୍ତି । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବରୁଣ ଓ ଆଲିଆଙ୍କ ବ୍ୟତୀତ ମାଧୁରୀ ଦିକ୍ଷିତ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, କୁଣାଲ ଖେମୁ ଓ ଆଦିତ୍ୟ ରାୟ କପୁର୍ ଅଛନ୍ତି । ଏକ ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ସିନେମାଘରକୁ ଆସିବ ।