‘କଳଙ୍କ’ର ଟିଜର୍ ଆଉଟ୍
ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ର ପୋଷ୍ଟର୍ ରିଲିଜ୍ ହେବା ପରେ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ ଉତ୍ସାହ ବଢି ବଢି ଚାଲିଥିଲା ଏବଂ ଏହାର ମୁକ୍ତିଲାଭକୁ ଏବେ ସମସ୍ତଙ୍କ ଅପେକ୍ଷା । ଏଭଳି ପରିସ୍ଥିତିରେ ଫିଲ୍ମର ଟିଜର୍ ରିଲିଜ୍ କରାଯାଇଛି । ପୋଷ୍ଟର୍ ପରେ ଫିଲ୍ମର ଟିଜର୍ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି ଏବଂ ଏବେ ସୋସିଆଲ୍ ମିଡିଆରେ ‘କଳଙ୍କ’ର ଟିଜର୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ୨ ମିନିଟ୍ ୫ ସେକେଣ୍ଡ୍ ଅବଧି ବିଶିଷ୍ଠ ଏହି ଟ୍ରେଲର୍ରେ ଫିଲ୍ମର ମୁଖ୍ୟ କଳାକାରମାନଙ୍କର ଝଲକ ରହିଛି ଏବଂ ଦମ୍ଦାର୍ ଡାଇଲଗ୍ ସହିତ ଭବ୍ୟ ବ୍ୟାକଗ୍ରାଉଣ୍ଡ୍ ଦୃଶ୍ୟ ଦର୍ଶକଙ୍କୁ ଆକୃଷ୍ଟ କରୁଛି ।
ରାବଣ ବଧ ହେବାର ଏକ ଦୃଶ୍ୟ ରହିଛି ଏବଂ ଏହାପରେ ବରୁଣ ଓ ଆଲିଆ ଏକାଠୀ ହେଉଛନ୍ତି । ଏହି ଦୃଶ୍ୟ ପାଇଁ ବ୍ୟାକଗ୍ରାଉଣ୍ଡରୁ ଶୁଣିବାକୁ ମିଳିଛି – ‘କଲଙ୍କ ନେହିଁ, ୟେ ଇସ୍କ ହେ’ । ଟିଜର୍ ଶେଷରେ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରାଯାଉଛି । ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷିତ, ଆଲିଆ ଭଟ୍ଟ, ବରୁଣ ଧୱନ୍, ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରାୟ କପୁର୍ଙ୍କ ଅଭିନୀତ ‘କଳଙ୍କ’ ଆସନ୍ତା ଏପ୍ରିଲ୍ ମାସରେ ସିନେମାଘରକୁ ଆସିବ ।