ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ୍ ହେବ ‘କଳଙ୍କ’, ଜାଣନ୍ତୁ କାରଣ
କରଣ ଜୋହରଙ୍କ ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ ନିର୍ଦ୍ଧାରିତ ସମୟ ପୂର୍ବରୁ ସିନେମାଘରକୁ ଆସିବ ବୋଲି ଖବର ମିଳିଛି । ବରୁଣ ଧୱନ୍ ଓ ଆଲିଆଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ୧୯ ତାରିଖରେ ରିଲିଜ୍ ହେବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଏହାର ୨ଦିନ ପୂର୍ବରୁ ରିଲିଜ୍ କରାଯିବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି । ଆଗାମୀ ଦିନରେ ମହାବୀର୍ ଜୟନ୍ତି ଓ ଗୁଡ୍ ଫ୍ରାଇଡେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ୨ ଦିନ ଛୁଟି ଥିବାରୁ ଫିଲ୍ମଟି ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିବ ବୋଲି କୁହାଯାଉଛି । ବ୍ୟବସାୟିକ ଲାଭ ଦୃଷ୍ଟିରୁ ଏଭଳି ଏକ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ଫିଲ୍ମ ସମୀକ୍ଷକ ଓ ଟ୍ରେଡ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସୋସିଆଲ୍ ମିଡିଆରେ ଫିଲ୍ମର ପୋଷ୍ଟର୍ ଦର୍ଶକଙ୍କୁ ଆକୃଷ୍ଟ କରୁଥିବାବେଳେ ଏହାର ଟିଜର୍ ଏପ୍ରିଲ୍ ୧୨ ତାରିଖରେ ରିଲିଜ୍ କରାଯିବ । ୮୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏବଂ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମାଧୁରି ଦିକ୍ଷିତ, ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, ବରୁଣ ଧୱନ୍, ଆଦିତ୍ୟ ରାୟ କପୁର ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଛନ୍ତି ।