‘କେଶରୀ’ର ରେକର୍ଡ଼ ଭାଙ୍ଗିଲା ‘କଳଙ୍କ’
ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିବା ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ ଅକ୍ଷୟଙ୍କ ଅଭିନୀତ ‘କେଶରୀ’ର ରେକର୍ଡ଼ ଭାଙ୍ଗି ଦେଇଥିବାର ଖୁସି ଖବର ଶୁଣିବାକୁ ମିଳିଛି । ‘କେଶରୀ’ ଓପନିଙ୍ଗ୍ ଡେ’ରେ ୨୧.୬ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ‘କଳଙ୍କ’ର ପ୍ରଥମ ଦିନର ବକ୍ସ ଅଫିସ୍ କଲେକସନ୍ ହେଉଛି ୨୧. ୬୦ କୋଟି ଟଙ୍କା । ୧୯.୪୦ କୋଟି ଟଙ୍କାର ଫାଷ୍ଟ ଡେ’ ବ୍ୟବସାୟ ସହିତ ତୃତୀୟ ସ୍ଥାନରେ ରହିଛି ‘ଗଲିବୟ’ । ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘କଳଙ୍କ’ କେବଳ ଏକ ସପ୍ତାହ ମଧ୍ୟରେ ହିଁ ମୂଳଧନ ଆଦାୟ କରିନେବ ନେବ ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହା ବ୍ୟତୀତ ଲାଇଫ୍ ଟାଇମ୍ କଲେକସନ୍ କ୍ଷେତ୍ରରେ ମଧ୍ୟ ଏହା ‘କେଶରୀ’କୁ ଟକ୍କର ଦେଇପାରେ ବୋଲି ଫିଲ୍ମ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି । ଫିଲ୍ମର ପ୍ରତ୍ୟେକ ପୋଷ୍ଟର୍, ଟିଜର୍, ଟ୍ରେଲର୍ ଓ ସଙ୍ଗୀତ ସିନେପ୍ରେମୀଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ଏବଂ ଏହାର ମୁକ୍ତିଲାଭ ତାରିଖକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଫିଲ୍ମ ଦେଖିବା ପରେ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲେ ମଧ୍ୟ ବ୍ୟବସାୟରେ ତାହାର କୌଣସି ପ୍ରଭାବ ପଡ଼ିନାହିଁ । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏବଂ କରଣ ଜୋହର୍, ହିରୋ ଜୋହର୍, ଅପୂର୍ବା ମେହେତା ଓ ସାଜିଦ୍ ନାଦିଆୱାଲାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ବରୁଣ ଧୱନ୍, ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର୍, ମାଧୁରୀ ଦିକ୍ଷିତ, ସଞ୍ଚୟ ଦତ୍ତ, କୃତି ସେନନ୍, କିୟାରା ଆଡଭାନୀ, କୁଣାଲ୍ ଖେମୁ ଓ ହିତେନ୍ ତେଜୱାନୀଙ୍କ ଭଳି ଦକ୍ଷ ତାରକାଙ୍କୁ ଏକାଠୀ ଦେଖିବାକୁ ମିଳିଛି ।