ଜାଣି ରଖନ୍ତୁ କଳାଜିରାର ଲାଭକାରୀ ଗୁଣ
ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ହେଉ କିମ୍ବା ସୌନ୍ଦର୍ଯ୍ୟ ବୃଦ୍ଧି, ଏସବୁ କ୍ଷେତ୍ରରେ କଳାଜିରାର ଏକ ମୁଖ୍ୟ ଭୂମିକା ରହିଛି । କେବଳ ଏତିକି ନୁହେଁ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ କଳାଜିରା ବେଶ୍ ଉପଯୋଗୀ । କଳାଜିରରେ ଥିବା ଭିଟାମିନ୍ସ, ଆମିନୋ ଏସିଡ୍, ଆଇରନ୍, ସୋଡ଼ିୟମ୍, ପୋଟାସିୟମ୍, କ୍ୟାଲ୍ସିୟମ୍, ଏଲ୍କେଲାଇଡ୍ସ ଓ ଭେଲାଟାଇଲ୍ ଭଳି ଅନେକ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ତାହେଲେ ଆସନ୍ତୁ ଜାଣିବା ଏହାର ୪ଟି ଲାଭକାରୀ ଗୁଣ –
୧- କଳାଜିରା ସେବନ କରିବା ଦ୍ୱାରା ଆସ୍ଥମା ସମସ୍ୟାର ସମାଧାନ କରିଥାଏ । କଳାଜିରାରେ ଥିବା ଆଣ୍ଟି ଇନ୍ଫ୍ଲେମେଣ୍ଟୋରୀ, ପୋଟାସିୟମ୍ ଓ ଆଣ୍ଟି ଅକ୍ସିଡେଣ୍ଟ୍ ଶ୍ୱାସନଳୀକୁ ସଫା ରଖିବାରେ ସହାୟକ ହୋଇଥାଏ । ତେଣୁ ଶ୍ୱାସ ନେବାରେ ସହଜ ହୋଇଥାଏ ଏବଂ ଆସ୍ଥମାରୋଗୀଙ୍କୁ ଆରାମ ମିଳିଥାଏ ।
୨- କଳାଜିରାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ବ୍ରଣ ସମସ୍ୟା ଦୂର ହୋଇଥାଏ ।
୩- କଳାଜିରା ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇଥାଏ । ଏଥିପାଇଁ କଳାଜିରା ତେଲକୁ ଚାହା କିମ୍ବା ଜୁସ୍ରେ ପକାଇ ପିଇପାରିବେ । କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ରହିଲେ ବ୍ଲଡ୍ପ୍ରେସର୍ ସମସ୍ୟାରୁ ମୁକ୍ତି ମିଳିଥାଏ ।
୪- କଳାଜିରା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ।