ଶପଥ ଗ୍ରହଣ ସମାରୋହରେ ତାରକାଙ୍କ ମେଳଣ, ପହଞ୍ଚି ପାରିଲେନି କାଜଲ୍

ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ । ଏଥିପାଇଁ ସଜେଇ ହୋଇଥିଲା ରାଷ୍ଟ୍ରପତି ଭବନ । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଦେଶବିଦେଶରୁ ୮ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବଲିଉଡ୍ ତାରକାମାନଙ୍କ ଗହଳିରେ ଉତ୍ସବର ଶୋଭା ଦ୍ୱିଗୁଣିତ ହୋଇଥିଲା । ସବୁଠାରୁ ବଡ଼ ଖବର ହେଉଛି ଏହି ମେଳରେ ବଲିଉଡର ଦୁଇଜଣ ବଡ଼ ଶତ୍ରୁ କଙ୍ଗନା ରଣାୱତ୍ ଓ କରଣଙ୍କୁ ଗୋଟିଏ ଫ୍ରେମରେ ସ୍ପଟ୍ କରାଯାଇଥିଲା । ମୁମ୍ବାଇ ଏୟାରପୋର୍ଟ ଠାରେ ଅନେକ ବଲିଉଡ୍ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଉତ୍ସବରେ ସେମାନେ ପାରମ୍ପରିକ ପୋଷାକରେ ନଜର ଆସିଥିଲେ । କିନ୍ତୁ ଏହି ଭବ୍ୟ ଉତ୍ସବରେ ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍ ପହଞ୍ଚି ପାରି ନଥଲେ । ଏହାର କାରଣ ହେଉଛି ସେ ଖୁବ୍ ବିଳମ୍ବରେ ନିମନ୍ତ୍ରଣ କାର୍ଡ଼ ପାଇଥିଲେ । କାଜଲ୍ ଏଥିପାଇଁ ଖୁବ୍ ଦୁଃଖିତ ଏବଂ ସେ ଇନଷ୍ଟାଗ୍ରାମରେ କାର୍ଡ଼ର ଏକ ଫଟୋ ସେୟାର୍ କରିଛନ୍ତି । ଏହା ସହିତ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାଜଲ୍ ଏହି ସମ୍ମାନ ପାଇଁ ଖୁବ୍ ଗର୍ବିତ ଏବଂ ସେ ନରେନ୍ଦ୍ର ମୋଦିଙ୍କୁ ଅନେକ ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published.