‘ପଦ୍ମାବତ୍’ର କେରର୍ଡ଼ ଭାଙ୍ଗିଲା ‘କବୀର୍ ସିଂ’, ସାହିଦଙ୍କ କ୍ୟାରିୟରରେ ନୂଆ ରେକର୍ଡ଼

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିଲା ସାହିଦ୍ ଓ କିୟାରାଙ୍କ ଅଭିନୀତ ‘କବିର୍ ସିଂ’ । ଓପନିଙ୍ଗ ଡେ’ରେ ୨୦.୨୧ କୋଟି ଟଙ୍କାର ବକ୍ସ ଅଫିସ୍ କଲେକସନ୍ କରିଥିବା ଏହି ଫିଲ୍ମ ବ୍ୟବସାୟ କ୍ଷେତ୍ରରେ ‘ପଦ୍ମାବତ୍’ର ରେକର୍ଡ଼ ଭାଙ୍ଗି ଦେଇଛି । ଫିଲ୍ମ ଆନାଲିଷ୍ଟ୍ ତରଣ ଆଦର୍ଶ ଏହି ସୂଚନା ଦେଇଛନ୍ତି । ବକ୍ସ ଅଫିସ୍ କଲେକସନ୍ ସହିତ ଏହି ଫିଲ୍ମ ସାହିଦ୍ କପୁରଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ଓପନିଙ୍ଗ ଫିଲ୍ମ ଭାବେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଏହା ପୂର୍ବରୁ ସାହିଦଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ୍’ ଓପନିଙ୍ଗ୍ ଡେ’ରେ ୧୯କୋଟି ଟଙ୍କାର ବ୍ୟବସାୟ କରିଥିଲା । କେବଳ ଏତିକି ନୁହେଁ ‘ଟୋଟାଲ୍ ଧମାଲ୍’କୁ ପଛରେ ପକାଇ ଚଳିତବର୍ଷର ନନ୍ ହଲିଡେ’ ଓପନର୍ ତାଲିକାରେ ଏହା ଚତୁର୍ଥ ସ୍ଥାନ ଅକ୍ତିୟାର୍ କରିଛି । ୨୦୧୭ରେ ରିଲିଜ୍ ହୋଇଥିବା ‘ଅର୍ଜୁନ୍ ରେଡ୍ଡି’ର ରିମେକ୍ ଭାବେ ‘କବୀର୍ ସିଂ’ ନିର୍ମିତ ହୋଇଛି । ତାମିଲ୍ ଭାଷାରେ ମଧ୍ୟ ଏହାକୁ ‘ଆଦିତ୍ୟ ବର୍ମା’ ଟାଇଟେଲ୍ ଭାବେ ନିର୍ମାଣ କରାଯାଇଛି । ଏହାର କାହାଣୀ ଜଣେ ସନ୍ଦେହି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ଆଧାରିତ ।

Leave a Reply

Your email address will not be published. Required fields are marked *