ଜଷ୍ଟିସ୍ ମହମ୍ମଦ ରଫିକ୍ ହେବେ ଓଡ଼ିଶାର ମୁଖ୍ୟ ବିଚାରପତି

କଟକ(ଓଟି): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ ଦାୟିତ୍ଵ ଗ୍ରହଣ କରିବେ। ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ମହମ୍ମଦ ରଫିକଙ୍କ ନାମ ଓସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍।  ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ ବମ୍ବେ ଏବଂ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ପଦବୀରେ ନିଯୁକ୍ତି ଲାଗି ମଧ୍ୟ କଲେଜିୟମ୍ ନାମ ସୁପାରିସ କରିଛନ୍ତି। ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିସାରିଛନ୍ତି। ୨୦୧୯ ନଭେମ୍ବର ୧୩ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ନିଯୁକ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *