ବିମଳ ପ୍ରସାଦ ଦାସ ହେଲେ ଓଡ଼ିଶା ମାନବାଧିକାର ଆୟୁକ୍ତ

ଦୀର୍ଘ ସାତ ବର୍ଷ ଧରି ଖାଲି ପଡ଼ିଥିବା ଓଡ଼ିଶା ମାନବାଧିକା ଆୟୋଗଙ୍କ ଅଧ୍ୟକ୍ଷ ପଦବୀ ପୂରଣ ହୋଇଛି। ଜଷ୍ଟିସ୍‌ ବିମଳ ପ୍ରସାଦ ଦାସଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ସେ ଓଡ଼ିଶା ହାଇକୋର୍ଟଙ୍କଠାରେ ବିଚାରପତି ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି।  ଏହାଙ୍କ ସହ ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କୁ କମିଶନଙ୍କ ଅନ୍ୟତମ ସଦସ୍ୟଭାବେ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିଛନ୍ତି। ମେ ମାସ ୧୫ ତାରିଖରେ ଜଷ୍ଟିସ୍‌ ରଘୁବୀର ଦାସଙ୍କୁ ରାଜ୍ୟ ସରକାର ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତ କରିଥିଲେ। ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ଵ ତୁଲାଉଥିଲେ। 

ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଚୟନ କମିଟି ଏହି ଦୁଇ ଅନାଁକୁ ସୁପାରିସି କରିବା ପରେ ରାଜ୍ୟପାଳ ତାହାକୁ ଅନୁମୋଦନ କରିଥିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *