‘ଜଙ୍ଗଲି’ର ମୋସନ୍ ପୋଷ୍ଟର୍ ରିଲିଜ୍, ଦମଦାର୍ ଲୁକରେ ବିଦ୍ୟୁତ୍ ଜାମୱାଲ୍

ଆଉ ଦିନ କେଇଟା ପରେ ଆକ୍ସନ୍ ହିରୋ ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ଫିଲ୍ମ ‘ଜଙ୍ଗଲି’ ମୁକ୍ତିଲାଭ କରିବ । ଏମିତି ସମୟରେ ଫିଲ୍ମର ଏକ ନୂଆ ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏହି ପୋଷ୍ଟରକୁ ବିଦ୍ୟୁତ୍ ନିଜ ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ସେୟାର୍ କରିଛନ୍ତି । ଏହି ପୋଷ୍ଟର୍ରେ ବିଦ୍ୟୁତଙ୍କ ହାତରେ ଏକ ଜଳନ୍ତା ମସାଲ୍ ରହିଛି ଏବଂ ବ୍ୟାକଗ୍ରାଉଣ୍ଡରେ କିଛି ଲୋକ ଓ ଗୋଟିଏ ହାତୀ ଦେଖିବାକୁ ମିଳିଛି । କହିରଖୁଛୁ ଏହି ଫିଲ୍ମର କାହାଣୀ ହାତୀଦାନ୍ତ ତସ୍କରି ଓ ହାତିଙ୍କ ଚୋରାଚାଲାଣ ଉପରେ ଆଧାରିତ । କାହାଣୀର ନାୟକ ଭୋଲାଙ୍କ ଚରିତ୍ରରେ ବିଦ୍ୟୁତ୍ ନଜର ଆସିବେ । ଆସନ୍ତା ୨୯ ତାରିଖରେ ଏହି ଫିଲ୍ ସିନେମାଘରକୁ ଆସିବ ।

ଆମେରିକାନ୍ ଫିଲ୍ମମେକର୍ ଚକ୍ ରୁସଲେ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜକ ହେଉଛନ୍ତି ଭିନିତ୍ ଜୈନ୍ । ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମରେ ବିଦ୍ୟୁତ୍ଙ୍କ ସହିତ ମୁଖ୍ୟ ଭୂମିକାରେ ଆସିବେ ମକରନ୍ଦ ଦେଶପାଣ୍ଡେ, ଅତୁଲ କୁଲକର୍ଣ୍ଣି, ଆଶା ଭଟ୍ଟ ଓ ପୂଜା ସାୱନ୍ତ । ‘ଜଙ୍ଗଲି ପିକଚର୍ସ’ ପ୍ରଡକସନ୍ ହାଉସ୍ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *