ମୃତ୍ୟୁ ସହିତ ଲଢ଼ି ଫେରିଲେ ଅଭିନେତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ନିକଟ ଅତୀତରେ ଏମିତି ଏକ ଘଟଣା ଘଟିଥିଲା, ଯେଉଁଥିରେ ଟେଲି ଦୁନିଆର ଅଭିନେତ୍ରୀ ଜୁହି ପରମାର୍ ମୃତ୍ୟୁମୁଖକୁ ଚାଲିଯାଇଥିଲେ । କିନ୍ତୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ମୃତ୍ୟୁ ସହିତ ଲଢ଼ି ସେ ସକୁଶଳ ଫେରିଆସିଛନ୍ତି । ଜୁହି ଏହି ଘଟଣାକୁ ଇନଷ୍ଟାଗ୍ରାମ୍ ମାଧ୍ୟମରେ ପ୍ରଶଂସକଙ୍କ ସହିତ ସେୟାର୍ କରିଛନ୍ତି । ଜୁହିଙ୍କ କହିବା ଅନୁଯାୟୀ ହୋଲି ଦିନ ଅଚାନକ ତାଙ୍କର ଶ୍ୱାସରୁଦ୍ଧ ହେବା ଭଳି ଅନୁଭବ ହୋଇଥିଲା । ସେହି ସମୟରେ ସେ ଆଉ ଜୀବିତ ରହିବେ ନାହିଁ ବୋଲି ଭାବି ସାରିଥିଲେ । ତେଣୁ ତାଙ୍କ ପରେ ଝିଅର ଭଲମନ୍ଦ ବୁଝିବା ପାଇଁ ଜୁହି ତାଙ୍କର ସାଙ୍ଗ ଆଶକା ଗରୋଡିଆଙ୍କୁ କହିଥିଲେ । ରାତି ୧୧ଟା ସମୟରେ ଏଭଳି ସ୍ଥିତିରେ ଜୁହିଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା ।
ମୃତ୍ୟୁ ପୂର୍ବରୁ ଜୁହି ନିଜ ମନରେ କୌଣସି ବୋଝ ରଖିବା ପାଇଁ ଚାହୁଁନଥିଲେ । ତେଣୁ ସେ ସମସ୍ତଙ୍କୁ କ୍ଷମା କରିସାରିଥିଲେ । ମୃତ୍ୟୁର ଭୟାବହତାକୁ ବହୁତ ପାଖରୁ ଦେଖୁଥିଲେ ମଧ୍ୟ ସେ ମୃତ୍ୟୁ ଚାହୁଁନଥିଲେ । କାରଣ ତାଙ୍କ ଛୋଟ ଝିଅ ପ୍ରତି ଏହା ଅନ୍ୟାୟ ହେବ । ହସ୍ପିଟାଲରେ ଜୁହିଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା ଏବଂ ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।