ଜେଏସପିଏଲ “ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ” ପାଇଁ ଆଞ୍ଚଳିକ ମୂଲ୍ୟାୟନ ଅନୁଷ୍ଠିତ

ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ ପୁରସ୍କାରର ତୃତୀୟ ସଂସ୍କରଣ ନିମନ୍ତେ ପୂର୍ବଭାରତରୁ ଆସିଥିବା ନାମାଙ୍କନର ଆଞ୍ଚଳିକ ମୂଲ୍ୟାୟନ ଆଜି କଲକତା ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକରୁ ସମୁଦାୟ ୧୧୨ ଟି ନାମାଙ୍କନ ଆସିଥିବା ବେଳେ, ୬୦ ଟି ନାମାଙ୍କନକୁ ମୂଲ୍ୟାୟନ ନିମନ୍ତେ ବଛା ଯାଇଥିଲା । ସେମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଦ୍ୱାରା ୧୦ଜଣ ବ୍ୟକ୍ତି ବିଶେଷ ଓ ୧୦ଟି ଅନୁଷ୍ଠାନକୁ ଜାତୀୟସ୍ତରୀୟ ମୂଲ୍ୟାୟନ ନିମନ୍ତେ ଚୟନ କରାଯାଇଥିଲା ।

ପୂର୍ବାଞ୍ଚଳ ବିଚାରକ ମଣ୍ଡଳୀ ମଧ୍ୟରେ ଥିଲେ, କଲକତା ପ୍ରେସ କ୍ଲବ୍ର ସଭାପତି ଶ୍ରୀ ସ୍ନେହାଷିସ୍ ସୁର, ସୁନାମଧନ୍ୟ କଳାକାର ଶ୍ରୀ ଦେବାଶିଷ ମଲିକ ଚୌଧରୀ, ପରିବେଶବିତ୍ ଡଃ ଦିପାୟନ ଦେ, ନାବାର୍ଡର ପୂର୍ବତନ ସିଜିଏମ୍ ଡଃ ସନ୍ଦିପ୍ ଘୋଷ ଏବଂ ସିନି-ଏସଡବ୍ଲ୍ୟଏସର ସଂପାଦକ ଶ୍ରୀ ସୁଜୟ ରାୟ ।

ଜେଏସପିଏଲ ଫାଉଣ୍ଡେସନର ସହ-ଅଧକ୍ଷା ଶ୍ରୀମତି ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଜାତୀୟସ୍ତରରେ ୧୦ଜଣ ବ୍ୟକ୍ତି ବିଶେଷ ଓ ୧୦ଟି ଅନୁଷ୍ଠାନକୁ ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ । ପ୍ରତ୍ୟକ ବିଜେତାଙ୍କୁ ଏକ ଲକ୍ଷ ଟଙ୍କା ସହିତ ମାନପତ୍ର ଦିଆଯିବ ।

ଏହି ଆଞ୍ଚଳିକ ମୂଲ୍ୟାୟନ ପ୍ରକ୍ରିୟାକୁ ଜେଏସପିଏଲର ସିଏସଆର ମୂଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ପରିଚାଳନା କରିଥିଲେ ।

Leave a Reply

Your email address will not be published.