ହରିୟାଣାରେ ଜେଏସ୍‌ପିଏଲ୍‌ର କିଶୋରୀ ଏକ୍ସପ୍ରେସ୍‌ 


ଅନୁଗୁଳର ଛେଣ୍ଡିପଦାଠାରୁ  ଆରମ୍ଭ ହୋଇଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର କିଶୋରୀ ଏକ୍ସପ୍ରେସ୍‌ ହରିୟାଣା ପହଞ୍ଚିଛି। ହରିୟାଣାର ନୁହ ଜିଲ୍ଲା ଅନ୍ତର୍ଗତ ପୁନ୍‌ହାମା ବ୍ଲକ୍‌ର ପ୍ରତି ଗାଁରେ ପହଞ୍ଚି କିଶୋରୀମାନଙ୍କ କ୍ଷେତ୍ରରେ ରକ୍ତହୀନତା ସମ୍ପର୍କିତ ସଚେତନତା ସୃଷ୍ଟିକରିବା ଏହାର ଲକ୍ଷ୍ୟ ରହିଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ହସ୍‌ପିଟାଲ୍‌ ମୁଖ୍ୟଙ୍କ ସହାୟତାରେ ଏହି ରଥ କାର୍ଯ୍ୟ କରିବ। ଏହାକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଜେଏସ୍‌ପିଏଲ୍‌ର ଯୁଗ୍ମ ପରିଚାଳନା ନିର୍ଦେଶକ ଏନ୍‌ଏ ଅନ୍ସାରୀ କହିଛନ୍ତି, ‘କିଶୋରୀ ଏକ୍ସପ୍ରେସ୍‌ ହେଉଛଇ ଏମିତି ଏକ କାର୍ଯ୍ୟକ୍ରମ ଯାହା କିଶୋରୀଙ୍କ ସ୍ଵାସ୍ଥ୍ୟର ଯତ୍ନ ଏବଂ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ରକ୍ଷା ସମ୍ପର୍କରେ ସାଚେତନତା ସୃଷ୍ଟି କରିବ। ଯେମିତି ଏହି ଓଡ଼ିଶାରେ ସଫଳତା ଲାଭ କରିଛି ସେହିଭଳି ଓଡ଼ିଶାରେ ମଧ୍ୟ ସଚେତନତା ହାସଲ କରିବ ବୋଲି ଆମର ଆଶା ରହିଛି।’

କିଶୋରୀ ଏକ୍ସପ୍ରେସ୍‌ ୨୦୧୧ ମସିହାରେ ଛେଣ୍ଡିପଦାରେ ଆରମ୍ଭ କରାଯାଇଥିଲା । ୨୦୧୨ ମସିହାରେ ଏହା ବନହରପାଲି ବ୍ଲକ୍‌କୁ ସମ୍ପ୍ରସାରଣ କରାଯାଇଥିଲା। ୨୦୧୭ ସେପ୍ଟେମ୍ବର ମାସରେ ଏହା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହାୟତା ଲାଭ କରି ନିଜର କାୟା ବିସ୍ତାର କରିଥିଲା। ଏବେ କିଶୋରୀ ଏକ୍ସପ୍ରେସ୍‌ ୫୨୮ ଗାଁରେ ୫୪ହଜାର ଝିଅଙ୍କ ସ୍ଵାସ୍ଥ୍ୟାବସ୍ଥାର ପ୍ରତ୍ୟକ୍ଷ ଯାଞ୍ଚ କରି ସେମାନଙ୍କୁ ରକ୍ତହୀନତା  ତଥା ଆନିମିଆ ବାବଦରେ ସଚେତନ କରାଇଛି। ଯେଉଁମାନଙ୍କ କ୍ଷେତ୍ରରେ ରକ୍ତହୀନତା ଦେଖାଯାଇଛି ସେମାନଙ୍କୁ ଚିକିତ୍ସା ସୁବିଧା ପହଞ୍ଚାଇଥିବା ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି।

ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର ଉପାଧ୍ୟକ୍ଷ ସଲ୍ଲୁ ଜିନ୍ଦଲ ଏହି କାର୍ଯ୍ୟ୍ରକମ ସମ୍ପର୍କରେ କହିଛନ୍ତି, କିଶୋରୀ ଏକ୍ସପ୍ରେସ୍‌ ଏମିତି ଏକ କାର୍ଯ୍ୟକ୍ରମ ଯାହା ଜେଏସ୍‌ପିଏଲ୍‌ କାର୍ଯ୍ୟ କରୁଥିବା ଅଞ୍ଚଳରୁ ରକ୍ତହୀନତା ସମ୍ପୂଣ୍ଣ ଦୂର କରିବା ଲକ୍ଷ୍ୟ ରଖିଛି। ଓଡ଼ିଶା ଅଭିଜ୍ଞତାକୁ ହରିୟାଣାରେ ଉପଯୋଗ ପାଇଁ ଫାଉଣ୍ଡେସନ୍‌ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ଗ୍ରୁପ୍‌ର ସିଏସ୍‌ଆର୍‌ ଓ ସଷ୍ଟେନେବିଲିଟି ହେଡ୍‌ ପ୍ରଶାନ୍ତ କୁମାର ହୋତା କହିଛନ୍ତି, ଜିଲ୍ଲା ପ୍ରଶାସନ ସହଭାଗୀତାରେ ଜେଏସ୍‌ପିଏଲ୍‌ ଅନୁଗୁଳଠାରେ କିଶୋରୀ ଏକ୍ସପ୍ରେସ୍‌ର ଚମତ୍କାରିତା ଦେଖାଇଛି। ସମାନ ଆଶା ଆମେ ନୁହ୍‌ ଜିଲ୍ଲାରେ ଆଶା ରଖିଛୁ।

Leave a Reply

Your email address will not be published. Required fields are marked *