ରଥଯାତ୍ରାରେ ଖାଦ୍ୟବଣ୍ଟନ ସେବା: ଲକ୍ଷାଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଲା ଜେଲସ୍ପିଏଲ୍ ଫାଉଣ୍ଡେସନ୍
ଭୂବନେଶ୍ୱର, (ଓଟି): ରଥଯାତ୍ରା ଅବସରରେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ, ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟରେ, ଏହି ଅନୁଷ୍ଠାନ ଏକ ଲକ୍ଷ ପଚିଶ ହଜାର ରୁ ଅଧିକ ରନ୍ଧାଖାଦ୍ୟ ମିଲ୍ ଏବଂ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ଭକ୍ତ ମାନଙ୍କୁ ଯୋଗାଇ ଦେଇଥିବା ଜଣାପଡ଼ିଛି ।

ଜେଏସ୍ପିଏଲ୍ ଫାଉଣ୍ଡେସନ୍ ହେଉଛି ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅନୁଷ୍ଠାନ । ପ୍ରତିବର୍ଷ ରଥଯାତ୍ରା ଅବସରରେ ଏହି ଅନୁଷ୍ଠାନ ମାଗଣା ଖାଦ୍ୟବଣ୍ଟନର ଶିବିର ଲଗାଇଥାଏ । ଏବର୍ଷ ନେତ୍ରୋତ୍ସବ, ରଥ ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଏବଂ ସୁନାବେଶ ଦିନ ସହିତ ଅଧିକ ଦୁଇ ଦିନ (ଜୁଲାଇ ୬ ଓ ୭ ତାରିଖ) ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବସ୍ ଷ୍ଟାଣ୍ଡ ଠାରେ ଏକ ଅସ୍ଥାୟୀ ଶିବିରରେ ଫାଉଣ୍ଡେସନ୍ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ମାନେ ପରିବେଷଣ କରାଯାଉଥିବା ହୋଇଥିବା ଭାତ, ଡାଲ୍ମା ଓ ଖଟା ଖାଇଥିଲେ । ଫାଉଣ୍ଡେସନ୍ର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସେବାକୁ ବିଭିନ୍ନ ଭକ୍ତ ମାନେ ପ୍ରଶଂସା କରିଥିଲେ ।
ଏହି ସେବା ସମ୍ପର୍କରେ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଏହା ସବୁ ପ୍ରଭୂ ଜଗନ୍ନାଥଙ୍କ ଇଚ୍ଛା, ଅମେ କେବଳ ସେବକ ମାତ୍ର” ।
ଏହା ବ୍ୟତୀତ, ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ ନିମନ୍ତେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାକୁ ପ୍ରଦାନ କରାଯାଇଥିଲା ।
ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ନିୟୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏ ଭ୍ରାମ୍ୟମାଣ ଜଳ ଟ୍ୟାଙ୍କରରେ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରାଯାଇଥିଲା । ଏହା ବଡଦାଣ୍ଡରେ ଭକ୍ତମାନଙ୍କୁ ନିରବଚ୍ଛିନ୍ନ ଭାବରେ ୧୦ ଦିନ ଧରି ପାନୀୟ ଜଳ ଯୋଗାଇ ଦେଇଥିଲା ।