ଜନଙ୍କ ଆଗାମୀ ଫିଲ୍ମ ‘୧୯୧୧’

‘ବାଟଲା ହାଉସ’ର ସଫଳତା ପରେ ଜନଙ୍କ ଆଗାମୀ ଫିଲ୍ମ ‘୧୯୧୧’ର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଗାମୀ ବର୍ଷର ଶେଷ ଭାଗରେ ଏହା ରିଲିଜ୍ ହୋଇପାରେ । ଫିଲ୍ମର କାହାଣୀ ୧୦୮ ବର୍ଷ ପୁରୁଣା ଐତିହାସିକ ଫୁଟବଲ୍ ମ୍ୟାଚ୍ ଉପରେ ଆଧାରିତ ।

ଫିଲ୍ମର ନିର୍ଦ୍ଦେଶକ ନିଖିଲ୍ ଆଡଭାନି କହିଛନ୍ତି ଯେ ‘ବର୍ତ୍ତମାନ ଏହାର ସ୍ପ୍ରିପ୍ଟ ଉପରେ କାମ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ କରାଯିବ । ଏହି ଐତିହାସିକ କାହାଣୀ ସମ୍ପର୍କରେ ଜନ୍ ହିଁ ମୋତେ କହିଥିଲେ ଏବଂ ଏହା ମୋତେ ଖୁବ୍ ପସନ୍ଦ ଆସିଥିଲା । ଭବିଷ୍ୟତରେ ଏହାକୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥିଲି, ଯାହାକି ଏବେ ସମ୍ଭବ ହୋଇପାରିଛି’ । ୧୯୧୧ରେ ମୋହନବାଗାନ୍ ଓ ଇଷ୍ଟ୍ ୱାର୍କଶାୟର ମଧ୍ୟରେ ଅନୁଷ୍ଠିତ ଫୁଟବଲ୍ ମ୍ୟାଚରେ ଇଷ୍ଟ୍ ୱାର୍କଶାୟରକୁ ହରାଇ ପ୍ରଥମ ଏସୀୟ ଟିମ୍ ଭାବେ ‘ଆଇଏଫଏ’ ଟ୍ରଫି ବିଜେତା ହୋଇଥିଲା ମୋହନବାଗାନ୍ । ଏହି ବିଜୟର କାହାଣୀକୁ ନେଇ ଫିଲ୍ମର କାହାଣୀ ରଚନା କରାଯାଇଛି । ମୋହନବାଗାନ୍ ଟିମର କ୍ୟାପଟେନ୍ ଭୂମିକାରେ ଜନ୍ ନଜର ଆସିବେ । ଅନ୍ୟ ଷ୍ଟାରକାଷ୍ଟଙ୍କ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ କେତେକ ଦୃଶ୍ୟର ସୁଟିଂ ଇଂଲାଣ୍ଡରେ କରାଯିବ ।

Leave a Reply

Your email address will not be published. Required fields are marked *