ଫ୍ରାଇଡେ’ ରିଲିଜ୍ – ରୋମିଓ ଆକବର୍ ୱାଲଟର୍ (ର)

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ଜନ୍ ଆବ୍ରାହମଙ୍କ ଅଭିନୀତ ‘ରୋମିଓ ଆକବର୍ ୱାଲଟର୍’ । ଏଥିରେ ଜନ୍ଙ୍କ ସହିତ ମୌନି ରୟ ଓ ଜ୍ୟାକି ସ୍ରଫଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ସସ୍ପେନ୍ସ ଓ ଥ୍ରୀଲରରେ ଭରପୂର ଏହି ଫିଲ୍ମ ସିନେପ୍ରେମୀଙ୍କ ସହିତ ବଲିଉଡ୍ ତାରକାଙ୍କୁ ମଧ୍ୟ ଆକୃଷ୍ଟ କରିଛି । ଫିଲ୍ମର କାହାଣୀ ଓ ଜନ୍ଙ୍କ ଅଭିନୟର ପ୍ରଶଂସାକରି ତାରକାମାନେ ଅନେକଗୁଡ଼ିଏ ଟ୍ୱିଟ୍ କରିଛନ୍ତି । ରବି ଗ୍ରେୱାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଭାରତର ଜଣେ ‘ର’ ଏଜେଣ୍ଟଙ୍କୁ ନେଇ ଆଗକୁ ବଢ଼ିଛି । ସେହି ‘ର’ ଏଜେଣ୍ଟ୍ ଭୂମିକାରେ ଅଛନ୍ତି ଜନ୍ ଆବ୍ରାହମ୍ । କାହାଣୀ ଅନୁଯାୟୀ ଜନ୍ ଜଣେ ଆର୍ମି ଅଫିସର୍ ଭାବେ କାର୍ଯ୍ୟରତ । ତାଙ୍କ ଜୀବନରେ ନୂଆ ମୋଡ଼ ସେତେବେଳେ ଆସିଛି, ଯେତେବେଳେ ତାଙ୍କୁ ଜଣେ ‘ର’ ଏଜେଣ୍ଟ୍ ଭାବେ କାର୍ଯ୍ୟଭାର ମିଳିଛି । ସେ ପାକିସ୍ତାନ୍ରେ ଭାରତୀୟ ‘ର’ ଏଜେଣ୍ଟ୍ ଭାବେ ରହିଛନ୍ତି ।

ଇଣ୍ଟରଭାଲ୍ ପରଠାରୁ କାହାଣୀରେ ଟୁଇଷ୍ଟ୍ ଆସିଛି ଏବଂ ଜନ୍ଙ୍କୁ ପାକିସ୍ତାନ୍ ସେନା ପକ୍ଷରୁ ଗିରଫ କରାଯାଇଛି । ତେବେ ଏହାପରେ କାହାଣୀ ଆଗକୁ କ’ଣ ହେଉଛି, ତାହା ଖୁବ୍ ରୋମାଞ୍ଚକର । ଏହି ଫିଲ୍ମର କାହାଣୀ ଏକ ସତ ଘଟଣା ଉପରେ ଆଧାରିତ ବୋଲି ଚର୍ଚ୍ଚା ହେଉଛି । କାହାଣୀ ଅନୁଯାୟୀ ଜନ୍ ବିଭିନ୍ନ ଲୁକ୍ରେ ପରଦା ଉପରକୁ ଆସିଛନ୍ତି । ଜନ୍ଙ୍କ ସେହିସବୁ ପୋଷ୍ଟର୍ ରିଲିଜ୍ ହେବା ପରେ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ କ୍ରେଜି ବଢିଥିଲା । ଫିଲ୍ମର ମ୍ୟୁଜିକ୍ ‘ବନ୍ଦେ ମାତରମ୍’, ‘ବୁଲ୍ଲୟା’, ଓ ‘ଜି ଲେନ୍ ଦେ’କୁ ବହୁ ପୂର୍ବରୁ ସିନେପ୍ରେମୀ ପସନ୍ଦ କରିଥିଲେ । ଏବେ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରୁଛି । ମୋଟ ଉପରେ କହିବାକୁ ଗଲେ ଜନ୍ଙ୍କ ପୂର୍ବ ଆକ୍ସନ୍ ଫିଲ୍ମ ଭଳି ‘ରୋମିଓ ଆକବର ୱାଲଟର୍’ ହାଉସଫୁଲ୍ ରହିଛି । ‘ପରମାଣୁ’ ଓ ‘ସତ୍ୟମେବ ଜୟତେ’ ପରେ ଏହି ଫିଲ୍ମ ମାଧ୍ୟମରେ ଜନ୍ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ହ୍ୟାଟ୍ରିକ୍ କରିପାରନ୍ତି ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *