‘ରୋମିଓ ଆକବର ୱାଲଟର’ (ର)ଟ୍ରେଲର ରିଲିଜ୍

ହ୍ୟାଣ୍ଡସମ ହିରୋ ଜନ୍ ଆବ୍ରାହମ୍ ବହୁତ ଦିନ ପରେ ପୁଣିଥରେ ପରଦାକୁ ଫେରୁଛନ୍ତି । ବଲିଉଡର ଆଗାମୀ ଫିଲ୍ମ ‘ରୋମିଓ ଆକବର ୱାଲଟର’ରେ ଜନଙ୍କୁ ଜଣେ ସିକ୍ରେଟ୍ ଏଜେଣ୍ଟ୍ ଭୂମିକାରେ ଦେଖିବାକୁ ମିଳିବ । ରବି ଗ୍ରେୱାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଏପ୍ରିଲ୍ ମାସ ୫ ତାରିଖରେ ମୁକ୍ତିଲାଭ କରିବ । ଏବେ ଏହାର ଟ୍ରେଲର ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଛି । ଏହାର କାହାଣୀ ଏକ ସତ ଘଟଣା ଉପରେ ଆଧାରିତ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି । ଏହି ଫିଲ୍ମରେ ଜନ୍ଙ୍କୁ ବିଭିନ୍ନ ଗେଟଅପ୍ରେ ଦେଖିବାକୁ ମିଳିବ । ଆକ୍ସନ୍ ଦୃଶ୍ୟରେ ଭରପୁର ଏହି ଫିଲ୍ମରେ ଜନ୍ଙ୍କ ସହିତ ଅଛନ୍ତି ମୌନୀ ରୟ ଓ ଜ୍ୟାକି ସ୍ରଫ୍ । ଏହି ଫିଲ୍ମର ସୁଟିଂ ନେପାଳ, ଗୁଲମର୍ଗ ଓ ଶ୍ରୀନଗରରେ କରାଯାଇଛି । ଏହା ପୂର୍ବରୁ ରବି ଗ୍ରେୱାଲ ‘ମେରା ପେହେଲା ପେହେଲା ପ୍ୟାର୍’ ଓ ‘ଆଲୁଚାଟ୍’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ‘ରୋମିଓ ଆକବର ୱାଲଟର୍’ର ଟ୍ରେଲର୍କୁ ସିନେପ୍ରେମୀ ଖୁବ ପସନ୍ଦ କରୁଛନ୍ତି ଏବଂ ଏହା ଭାଇରାଲ୍ ହେବାରେ ଲାଗିଛି । ଟ୍ରେଲର ଦେଖିବା ପରେ ଜନଙ୍କ ଏହି ଫିଲ୍ମ ୨୦୦କୋଟି କ୍ଲବ୍ରେ ସାମିଲ ହେବ ବୋଲି ଜଣେ ସିନେପ୍ରେମୀ ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published.