ଜିଓର ନୂଆ ଯୋଜନା: ପ୍ରତିଭା ପ୍ରଦର୍ଶନ କର, ଥାଇଲାଣ୍ଡ ଯାଅ
ଭୁବନେଶ୍ୱର, (ଓଟି): ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ଲାଗି ଆଉ ଏକ ସୁଯୋଗ ଆଣିଛି ଜିଓ ମୋବାଇଲ୍। ସ୍ନାପ୍ ଚ୍ୟାଟ୍ ସହ ମିଳିତ ଉଦ୍ୟମରେ ଏଥିଲାଗି ଏକ ସ୍ଵତନ୍ତ୍ର ପ୍ଲାଟ୍ଫର୍ମ ସୃଷ୍ଟି କରାଯାଇଛି, ଯାହାର ନାଁ ରହିଛି ଜିଓ ଗଟ୍ ଟାଲେଣ୍ଟ। ଏଥିରେ ଭାଗ ନେବା ପାଇଁ ଜିଓ ମୋବାଇଲ୍ର ସ୍ନାପ୍ଚ୍ୟାଟ୍ ପ୍ରପ୍ ବ୍ୟବହାର କରି ମାତ୍ର ୧୦ ସେକେଣ୍ଡର ଭିଡିଓ ପଠାଇବାକୁ ପଡ଼ିବ। ଆଉ ଯଦି ତାହା ବିଚାରକଙ୍କୁ ଛୁଏଁ ତେବେ ମିଳିବ ଥାଇଲ୍ୟାଣ୍ଡ ଭ୍ରମଣର ସୁଯୋଗ। ଏହି ଯୋଜନାକୁ ଜିଓ ପକ୍ଷରୁ ଘୋଷଣା କରାଯାଇଛଇ।
ପୁଣି ଏହି ପ୍ଲାଟ୍ଫର୍ମରେ ସ୍ନାପଚାଟ ବ୍ୟବହାରକାରୀମାନେ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ଦୁଇଜଣଙ୍କ ପାଇଁ ଥାଇଲାଣ୍ଡ ଭ୍ରମଣ ଜିତିବାର ସୁଯୋଗ ନେଇପାରିବେ ।
ଜିଓ ଓ ସ୍ନାପଚାଟ ମିଳିତ ଭାବରେ ଏକ ଚାଟ ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ବ୍ୟବହାରକାରୀମାନେ ମାଇକ, ଟୋପି, ହେଡ଼ଫୋନ ଏବଂ ଲାଇଟ ରିଙ୍ଗ ଭଳି ଏଆର ପ୍ରପ ଉପଯୋଗ କରିବାର ସୁଯୋଗ ମିଳୁଛି ।
ଏହି ଚାଲେଞ୍ଜ ରେ ଭାଗନେବା ପାଇଁ ବ୍ୟବହାରକାରୀଙ୍କୁ ସର୍ବାଧିକ ୧୦ ସେକଣ୍ଡର ଏକ ଭିଡିଓ ରେକର୍ଡ କରିବାକୁ ପଡିବ ଯେଉଁଥିରେ ସେ ‘ଜିଓ ଗଟ ଟାଲେଣ୍ଟ’ ଲେନ୍ସ ବ୍ୟବହାର କରି ସ୍ନାପଚାଟରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ଏହାପରେ ଅଂଶଗ୍ରହଣକାରୀ ନିଜର ସ୍ନାପଚାଟ କିମ୍ବା ସ୍ନାପକୋଡ଼ ୟୁଜର ନେମ ଭିଡିଓ କ୍ୟାପ୍ସନରେ ପ୍ରଦାନ କରି ଏହାକୁ ସ୍ନାପଚାଟ ରେ ରହିଥିବା ‘ଆୱାର ଷ୍ଟୋରି’ ରେ ଅପଲୋଡ କରିବାକୁ ପଡିବ ଯାହାଦ୍ୱାରା ଲୋକମାନେ ଏହାକୁ ଦେଖିପାରିବେ ।
ସବୁଠାରୁ ମଜାଦାର ଏବଂ କ୍ରିଏଟିଭ ଭିଡିଓକୁ ଜିଓ ପକ୍ଷରୁ ପୁରସ୍କୃତ କରାଯିବ । ଏହି ଚାଲେଞ୍ଜ ୨୬ ଜାନୁୟାରୀ ୨୦୨୦ରୁ ୪ ଫେବୃଆରୀ ୨୦୨୦ ଯାଏ ଜାରି ରହିବ । ପ୍ରଥମ ପୁରସ୍କାର ବିଜେତାଙ୍କୁ ଦୁଇଜଣଙ୍କ ପାଇଁ ଥାଇଲାଣ୍ଡ ଭ୍ରମଣର ସୁଯୋଗ ମିଳିବ । ଅନ୍ୟ ସମସ୍ତ ବିଜେତା ମାନଙ୍କୁ ଜିଓର ବିଭିନ୍ନ ରିଚାର୍ଜ ପୁରସ୍କାର ଭାବରେ ମିଳିବ । ଏସମ୍ପର୍କରେ ବିସ୍ତୃତ ଭାବରେ ଜିଓ ର ୱେବସାଇଟରେ ଉଲ୍ଲେଖ କରାଯାଇଛି ।