ଜିଓ ଆଣିଲା କରୋନା ଚେକର୍: ଜାଣନ୍ତୁ କେତେ ସଂକ୍ରମିତ ହୋଇପାରନ୍ତି ଆପଣ
ଭୁବନେଶ୍ୱର, (ଓଟି): ଆପଣ କରୋନା ପ୍ରଭାବିତ କି? ଏ ପ୍ରଶ୍ନ ପଚାରିଲେ ମନ ଭିତରେ ଏକ ଛନକା ପଶିଯାଏ, ପରିସ୍ଥିତି ଏମିତି ଯେ, ଏହି ଆଶଙ୍କା ଓ ଭୟରେ ରାତିର ନିଦ ହଜିବା ବି ସ୍ଵଭାବିକ। କିନ୍ତୁ ଆପଣ ଚାହିଁଲେ ବି ଆତ୍ମ ବିଶ୍ଵାସ ପାଇପାରିବେ ନାହିଁ। ଛାତିରେ ହାତ ଥୋଇ କହିପାରିବେ ନାହିଁ ଯେ, ଆପଣ କରୋନା ପ୍ରଭାବିତ ନୁହଁନ୍ତି। କାରଣ ଯଦି ଆପଣଙ୍କ ଛିଙ୍କ, କାଶ ବା ଜ୍ବର ହେଉଛି ତାହା ହେଉଛି ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଥମିକ ଲକ୍ଷଣ।
ଏପରି ପରିସ୍ଥିତିରେ ଭାରତରେ ଯଦିଓ ଘରୋଇ ଏବଂ ସରକାରୀ ସ୍ତରରେ ପରୀକ୍ଷଣ ପାଇଁ ପାଟ ଖୋଲିଛି କିନ୍ତୁ ଆପଣ ମନକୁ ମନ ରକ୍ତ ପରୀକ୍ଷଣ କଲା ପରି କରୋନା ଭୁତାଣୁ ପରୀକ୍ଷଶ କରିପାରିବେ ନାହିଁ ।ଏଥିଲାଗି ଆପଣଙ୍କୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ। ହେଲେ ଦେଶ ବାସୀଙ୍କ ମନରୁ ଏହି ଆଶଙ୍କାକୁ ଦୂର କରିବା ଏବଂ ସେମାନଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ମୋବାଇଲ୍ ସେବା ପ୍ରଦାନ କାରୀ ଜିଓ ଟେକ୍ନୋଲୋଜିକୁ ବ୍ୟବହାର କରିଛି। ମାଇ ଜିଓ ଆପ୍ରେ ଆପଣ କେତେ କରୋନା ସଂକ୍ରମଣରେ ଆଶଙ୍କିତ ତାହା ଜାଣିବା ଲାଗି ବ୍ୟବସ୍ଥା ହୋଇଛି। ମାଇଁ ଜିଓ ଆପ୍ପରେ କରୋନା ଭାଇରସ ସୂଚନା ଓ ଟୁଲସ ଓ ସିମ୍ପଟମ ଚେକର ଜିଓ ଉପଭୋକ୍ତାଙ୍କ ସମେତ ଅନ୍ୟ ସମସ୍ତ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯାଇଛି |
ମାଇଁ ଜିଓ ଆପ୍ପରେ କରୋନା ଭାଇରସ ସୂଚନା ଓ ଟୁଲସ ମଧ୍ୟରେ ରହିଥିବା କୋଭିଡି୧୯ ସିମ୍ପଟମ ଚେକରରେ କିଛି ଆବଶ୍ୟକ ତଥ୍ୟ ପୁରଣ କରି ଜଣେ ନିଜର କିମ୍ବା ନିଜ ପରିବାରର ଯେକୌଣସି ବ୍ୟକ୍ତିଙ୍କ ପ୍ରତି କେତେ ମାତ୍ରାରେ କରୋନା ସଂକ୍ରମଣ ବିପଦ ରହିଛି ସେ ସମ୍ପର୍କରେ ସୂଚନା ପାଇପାରିବେ | ପ୍ରଦାନ କରାଯାଇଥିବା ତଥ୍ୟର ବିଶ୍ଳେଷଣ ଆଧାରରେ ଏହି ସୂଚନା ଉପଲବ୍ଧ ହେଉଛି |
ଏହା ବ୍ୟତୀତ ଜିଓ ହାପଟିକ୍ ଦ୍ୱାରା ଭାରତ ସରକାରଙ୍କ ପାଇଁ ଡିଜାଇନ କରାଯାଇଥିବା ହ୍ୱାଟ୍ସଅପ ଚାଟ-ବଟ ମାଇଁ-ଗଭ କରୋନା ହେଲ୍ପ ଡେସ୍କରେ ମଧ୍ୟ କରୋନା ସମ୍ପର୍କିତ ସମସ୍ତ ସବିଶେଷ ତଥ୍ୟ, ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଲୋକମାନଙ୍କ ପ୍ରଶ୍ନର ଉତ୍ତର ମିଳିପାରୁଛି |
ଏଥିସହିତ ଘରେ ରହି ସହଜରେ ଶିକ୍ଷା ଲାଭ କରିବା ପାଇଁ ରିଲାଏନ୍ସ ଜିଓ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଭିଡ଼ିଓ କଲିଙ୍ଗ ସମେତ, କ୍ଲାସ ରୁମ ସେସନ, ଡକୁମେଣ୍ଟ ଓ ସ୍କ୍ରିନ ସେୟାରିଂ, ବାସ୍ତବ ସମୟରେ ଇନଫରମାଲ ଚାଟ ଚାନେଲ ଜରିଆରେ ସନ୍ଦେହ ମୋଚନକୁ ଆହୁରି ସହଜ କରିଛି | ରିଲାଏନ୍ସ ଜିଓ ଗୋଟିଏ ସ୍କୁଲ ବର୍ଷର ସମସ୍ତ ପାଠ୍ୟକ୍ରମ ପାଇଁ ପ୍ରଦାନ କରୁଛି ଏକକ କମ୍ୟୁନିକେସନ ହବ ଏବଂ ବ୍ୟକ୍ତିଗତ ଓ ଟିମ ପାଇଁ ମାଗଣା ଷ୍ଟୋରେଜ ଉପଲବ୍ଧ କରାଉଛି |
ବର୍ତ୍ତମାନ ସମୟରେ ଲୋକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏହାର ସମସ୍ତ ଆଡ଼-ଅନ ଡାଟା ଭାଉଚରରେ ଦୁଇ ଗୁଣ ଡାଟା ସହିତ ଅଣ ଜିଓ ନମ୍ବରକୁ କଲିଙ୍ଗ ମିନିଟ ପ୍ରଦାନ କରୁଛି | ଏଥିସହିତ ଜିଓ ଫାଇବର ର ବର୍ତମାନର ସମସ୍ତ ଉପଭୋକ୍ତାଙ୍କ ପାଇଁ ମିଳୁଥିବା ଡାଟା ପରିମାଣକୁ ଦୁଇଗୁଣ କରାଯାଇଥିବା ସୂଚନା ମିଳିଛି |