ଜିଓରେ ଧମାକାଦାର ୱର୍ଲ୍ଡକପ୍ ଅଫର
ୱର୍ଲ୍ଡକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ୍ ଲାଇଭ୍ ଦେଖିବାଲାଗି ଜିଓ ଆଣିଛି ଏକ ଧମାକାଦାର ଅଫର । ଯଦି ଆପଣ ଜିଓ ଗ୍ରାହକ ତେବେ ଏହି ଅଫରକୁ ମାଗଣାରେ ଉପଭୋଗ କରିପାରିବେ। ପୁଣି ଯଦି ପୂରା ଟୁଣ୍ଣାମେଣ୍ଟ ସମସ୍ତ ମ୍ୟାଚ୍କୁ ଦେଖିବାକୁ ଚାହୁଛନ୍ତି ତେବେ ଆପଣ ୨୫୧ ଟଙ୍କାର କ୍ରିକେଟ ପ୍ୟାକ୍କୁ ସବ୍ସ୍କ୍ରାଇବ୍ କରିପାରିବେ। ଅର୍ଥାତ୍ ମାତ୍ର୨୫୧ ଟଙ୍କାରେ ସମୁଦାୟ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍କୁ ଲାଇଭ୍ ଦେଖିବାର ସୁଯୋଗ କେବଳ ଜିଓ ଗ୍ରାହକଙ୍କୁ ହିଁ ମିଳିବ । ଖାଲି ସେତିକି ନୁହେଁ ଆପଣ ବି ମ୍ୟାଚ୍ ସହ କ୍ୱିଜରେ ଭାଗ ନେଇ ନିଜେ ମଧ୍ୟ ୱଲ୍ଡକପ୍ ଖେଳିପାରିବେ। ଆଉ ଭରପୂର ଉପଭୋଗ ବି କରିପାରିବେ । ଅର୍ଥାତ୍ ଏହି ଅଫରର ମୂଳ ମନ୍ତ୍ର ହେଉଛି: ଦେଖନ୍ତୁ, ଖେଳନ୍ତୁ ଆଉ ଉପଭୋଗ କରନ୍ତୁ ।
କ୍ରିକେଟ୍ ଲାଇଭ୍ ଦେଖିବା ଲାଗି ଜିଓ ଟିଭି ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇ ଆସୁଛି । ବିଗତ ଆଇପିଏଲ୍ ଆଉ ବିବିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ସିରିଜ୍ରେ ଏହା ପ୍ରମାଣିତ ହୋଇଛି । ୩୦ କୋଟିରୁ ଅଧିକ ଦର୍ଶକ ଏ ଭିତରେ ଜିଓ ଦ୍ୱାରା କ୍ରିକେଟ୍ ଲାଇଭ୍ ଦେଖିବାର ମଜ୍ଜା ଉଠାଇଛନ୍ତି । ଏବେ ଯେଉଁ ପ୍ୟାକ୍ ଘୋଷଣା କରାଯାଇଛି, ସେହିଭଳି ପ୍ୟାକ୍ ଭାରତରେ ଅନ୍ୟ କୌଣସି ଅପରେଟର ଯୋଗାଉ ନାହାନ୍ତି ବୋଲି ଜିଓ ଦାବି କରିଛି । ଏପରିକି କମ୍ପାନୀ ପକ୍ଷରୁ ଏକ ରିଲିଜ୍ରେ କୁହାଯାଇଛି ଯେ, “ଏହି ପ୍ୟାକ୍ ଦ୍ୱାରା ଜିଓ ଆପଣଙ୍କୁ ୩୬୫ ଟଙ୍କାର ଫାଇଦା ବି ଦେଉଛି । କାରଣ ଯଦି କେହି କେବଳ ୱର୍ଲ୍ଡକପ୍ ଲାଇଭ୍ ଇଣ୍ଟରନେଟ୍ରେ ଦେଖିଥାଆନ୍ତେ, ତେବେ ତାଙ୍କୁ ଏଥିପାଇଁ ଅଧିକ ୩୫୬ ଟଙ୍କା ଦେବାକୁ ହୋଇଥାଆନ୍ତା । ଭାରତରେ ଅନ୍ୟ କୌଣସି ମୋବାଇଲ୍ ଡାଟା ଅପରେଟର ଏହିଭଳି ସୁଯୋଗ ଦେବାରେ ସକ୍ଷମ ହୋଇପାରି ନାହାନ୍ତି” ।
ଜିଓ କ୍ରିକେଟ୍ ପ୍ଲେ ଆଲଙ୍ଗ୍ ଗେମ୍ର ନୂଆ ଭର୍ଜନ୍କୁ ଲଞ୍ଚ୍ କରିଛି । ଏହାର ଉଦ୍ଦେଶ୍ୟ ଯେ, କେବଳ ଖେଳ ଚାଲିଥିବା ସମୟରେ ଦର୍ଶକଙ୍କୁ ଖେଳ ସହ ଯୋଡ଼ି ରଖିବା ତାହା ନୁହେଁ ବରଂ ଖେଳ ବାବଦରେ ସମସ୍ତ ସୂଚନା ଯେମିତି ସଜୀବ ସ୍କୋର, ମ୍ୟାଚ୍ ନିର୍ଘଣ୍ଟ, ଫଳାଫଳ ପରି ଅନେକ କିଛି ସୂଚନା ହାତ ମୁଠାରେ ଦେବାକୁ ଚେଷ୍ଟା କରାଯାଇଛି ।
ଜିଓ ଟିଭି ମାଧ୍ୟମରେ ହଟ୍ ଷ୍ଟାର୍ରେ ଏହି ସମସ୍ତ ମ୍ୟାଚ୍କୁ ଦେଖିବା ଲାଗି ଜିଓ ବ୍ୟବହାରକାରୀଙ୍କୁ ଏହି ୨୫୧ ଟଙ୍କାର କ୍ରିକେଟ୍ ପ୍ୟାକ୍ ରିଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ, ସେମାନେ ସେମାନଙ୍କ ରେଗୁଲାର୍ ପ୍ୟାକ୍ ମାଧ୍ୟମରେ ମଧ୍ୟ କ୍ରିକେଟ୍ ମ୍ୟାଚ୍ର ସଜୀବ ପ୍ରସାରଣ ଦେଖିବା ସହ ପ୍ଲେ ଆଲଙ୍ଗରେ ଖୋଳିବାର ସୁଯୋଗ ପାଇପାରିବେ । କିନ୍ତୁ ସମସ୍ତ ମ୍ୟାଚ୍କୁ ଦେଖିବାକୁ ହେଲେ, ଆବଶ୍ୟକ ଡାଟା ଖର୍ଚ ତୁଲାଇବା ଲାଗି ଗ୍ରାହକଙ୍କୁ ପୂର୍ବପରି ୨୫୧ ଟଙ୍କାର ସ୍ୱତନ୍ତ୍ର କ୍ରିକେଟ୍ ପ୍ୟାକ୍ ରିଚାର୍ଜ କରିବାକୁ ପଡ଼ିପାରେ ।
ସିଧା ପ୍ରସାରଣକୁ କେମିତି ଦେଖିପାରିବେ
ଜିଓ ଟିଭି ବା ହଟ୍ଷ୍ଟାର୍ ମାଧ୍ୟମରେ ଜିଓ ବ୍ୟବହାରକାରୀମାନେ ୱର୍ଲ୍ଡକପ୍ କ୍ରିକେଟର ସମସ୍ତ ମ୍ୟାଚ୍କୁ ମାଗଣାରେ ଦେଖିପାରିବେ । ଯେତେବେଳେ ସେମାନେ ନିଜ ମୋବାଇଲ୍ରେ ହଟ୍ଷ୍ଟାର୍ ଆପ୍କୁ ଖୋଲୁଛନ୍ତି ସେମାନେ ମନକୁ ମନ ୱର୍ଲ୍ଡକପ୍ ମ୍ୟାଚ୍ଗୁଡ଼ିକୁ ମାଗଣାରେ ଦଖିବା ଲାଗି ଅନୁମତି ପାଇପାରୁଛନ୍ତି । ଜିଓ ଟିଭିରେ ବ୍ୟବହାରକାରୀମାନଙ୍କୁ ୱର୍ଲ୍ଡକପ୍ମ୍ୟାଚ୍ ଦେଖିବା ଲାଗି ମନକୁ ମନ ହଟ୍ଷ୍ଟାର୍କୁ ନେଇଯିବାକୁ ବ୍ୟବସ୍ଥା କରାଯାଇଛି । ଏଠାରେ ଗୋଟିଏ ଜିନିଷ ମନେ ରଖିବାକୁ ହେବ ଯେ, ୱର୍ଲ୍ଡକପ୍ର ମ୍ୟାଚ୍ ଦେଖିବା ବା ସୂଚନା ପାଇବା ବା ଜିଓ ପ୍ଲେ ଆଲଙ୍ଗରେ ଖେଳିବା ମାଗଣା , ହେଲେ ଯେଉଁ ଡାଟା ଆପଣ ଏଥିଲାଗି ବ୍ୟବହାର କରୁଛନ୍ତି ସେଥିଲାଗି ଆବଶ୍ୟକ ଦେୟ ରିଚାର୍ଜ କରିବାକୁ ହେବ ।
ଜିିଓ କ୍ରିକେଟ୍ ସେସନ୍ ଡାଟା ପ୍ୟାକ୍
ଜିଓ କ୍ରିକେଟ୍ ସେସନ୍ ଡାଟା ପ୍ୟାକ୍ ପୂର୍ବରୁ ମଧ୍ୟ ଉପଲବ୍ଧ ରହି ଆସିଛି । ଏହାର ଦାମ୍ ହେଉଛି ୨୫୧ ଟଙ୍କା । କ୍ରିକେଟ୍ ଉତ୍ସୁକମାନଙ୍କ ଆଗ୍ରହ ଓ ଅଧିକ ପରିମାଣରେ ଡାଟା ଖର୍ଚକୁ ଆଖିରେ ରଖି ଏପରି ଏକ ପ୍ୟାକ୍ ତିଆରି କରାଯାଇଛି । ଏହା ମାଧ୍ୟମରେ ଗ୍ରାହକଙ୍କୁ ୫୧ ଦିନ ପାଇଁ ୧୦୨ ଜିବି ଡାଟା ମିଳୁଛି । ୱର୍ଲ୍ଡକପ୍ କ୍ରିକେଟର ସମସ୍ତ ମ୍ୟାଚ୍ ଦେଖିବା ଲାଗି ଏହା ଯଥେଷ୍ଟ । କିନ୍ତୁ ଏହି ଡାଟା ଖାଲି କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ ନୁହେଁ, ଅନ୍ୟ ସମସ୍ତ ଇଣ୍ଟରନେଟ୍ କଣ୍ଟେଣ୍ଟ ଦେଖିବା ଲାଗି ବି ବ୍ୟବହାର କରିହେବ ।
ଜିିଓ କ୍ରିକେଟ୍ ପ୍ଲେ ଆଲଙ୍ଗ
ଜିଓ କ୍ରିକେଟ୍ ପ୍ଲେ ଆଲଙ୍ଗ ହେଉଛି ଏକ ଆକର୍ଷଣୀୟ ପରିକଳ୍ପନା, ଯାହା ମାଧ୍ୟମରେ ଖେଳ ଚାଲୁଥିବା ସମୟରେ ଦର୍ଶକ ଘରେ ବସି କ୍ରିକେଟ୍ ଖେଳିବାର ମଜା ଉଠାଇପାରିବେ । ମୋବାଇଲ୍ରେ ଲାଇଭ୍ ଟିଭି ଦେଖିବା ସମୟରେ ବ୍ୟବହାରକାରୀମାନେ ଏହି ଆପ୍କୁ ଖୋଲିପାରିବେ ଏବଂ ଖେଳିପାରିବେ । ଏହାଦ୍ୱାରା ଦର୍ଶକ କେବଳ ତାଙ୍କ ପ୍ରିୟ ଖେଳକୁ ଦେଖିବେ ତାହା ନୁହେଁ ବରଂ ଦେଖିବା ସମୟରେ ଖେଳର ଭବିଷ୍ୟତ କ’ଣ ହେବ ତାହାର ପରିକଳ୍ପନା କରିପାରିବେ ।