୪ଜି ଡାଉନଲୋଡ ସ୍ପିଡରେ ଜିଓ, ଅପଲୋଡରେ ଆଇଡ଼ିଆ ଆଗରେ: ଟ୍ରାଇ

୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଜାନୁୟାରୀ ମାସ ପାଇଁଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେସେକେଣ୍ଡ ପ୍ରତି ହାରାହାରି ୧୮.୮ ମେଗାଵିଟ ସ୍ପିଡ଼ ସହିତ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି |  ଏହା ଡିସେମ୍ବର ମାସରେଜିଓର ହାରାହାରି ଡାଉନଲୋଡ ସ୍ପିଡ଼ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି | 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ ସ୍ପିଡ଼ ସହିତଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ରହିଥିଲା |

ଜାନୁୟାରୀ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ ସ୍ପିଡ଼ରେ ଜିଓ ପରେ ଦ୍ଵିତୀୟସ୍ଥାନରେ ରହିଥିବା ଭାରତୀ ଏୟାରଟେଲ ସେକେଣ୍ଡ ପ୍ରତି ହାରାହାରି ୯.୫ ମେଗାଵିଟ ସ୍ପିଡ଼ ହାସଲ କରଥିବାବେଳେଭୋଡାଫୋନର ସେକେଣ୍ଡ ପ୍ରତି ହରାହାରି ୬.୭ ମେଗାଵିଟ ଏବଂ ଆଇଡ଼ିଆ ୫.୫ ମେଗାଵିଟ ସ୍ପିଡ଼ ହାସଲ କରିଥିଲେ |ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ବେଶ ଗୁରୁତ୍ୱ ବହନ କରିଥାଏ |

ତେବେ ଜାନୁୟାରୀ ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୮ ମେଗାଵିଟ ସ୍ପିଡ଼ ସହିତ ଆଗରେରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୫.୪ ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୪ ମେଗାଵିଟଅପଲୋଡ ସ୍ପିଡ଼ ରହିଥିଲା | ଏହି ଅବଧିରେ ଏୟାରଟେଲର ୪ଜି ଅପଲୋଡ ସ୍ପିଡ଼ ସାମାନ୍ୟ ହ୍ରାସ ପାଇଁ ସେକେଣ୍ଡ ପ୍ରତି୩.୮ ମେଗାଵିଟ ରହିଥିଲା |  ସୂଚନାଯୋଗ୍ୟ ଯେ ପ୍ରତି ମାସ ପାଇଁ ଏହି ହରାହାରି ସ୍ପିଡ଼ ଟ୍ରାଇ ଦ୍ୱାରା ବାସ୍ତବ ସମୟରେମାଇଁ ସ୍ପିଡ଼ ଆପ୍ସ ଜରିଆରେ ସଗୃହିତ ତଥ୍ୟ ଓ ପରିସଂଖ୍ୟାନର ଆକଳନ କରି ପ୍ରସ୍ତୁତ କରାଯାଉଛି | 

Leave a Reply

Your email address will not be published. Required fields are marked *