ଜିଓ ଅଫର୍‌ ଦେଲା ଖୁସି ଖବର

ନୂଆଦିଲ୍ଲୀ (ଓଟି): ଲକ୍‌ଡାଉନ୍‌ରେ ରହିଛି ସାରା ଦେଶ। ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ଜାରି ରହିବ ଏଭଳି ସ୍ଥିତି। ତେବେ ଏନେଇ ଟେଲିକମ୍‌ କମ୍ପାନୀଗୁଡ଼ିକୁ ସୁବିଧା ଯୋଗାଇବା ପାଇଁ ସରକାର କହିଥିଲେ। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଜିଓ ତାର ଗ୍ରାହକଙ୍କ ପାଇଁ ଆଣିଦେଇଛି ଖୁସି ଖବର। ମାଗଣା କଲ୍‌ ଆଉ ଏସ୍‌ଏମ୍‌ଏସ୍‌ ସୁବିଧା ଦେଇଛି।

ସୂଚନା ଅନୁସାରେ ଜିଓର ଅଧିକାଂଶ ଗ୍ରାହକ ଅନଲାଇନରେ ରିଜାର୍ଚ କରୁଥିବା ବେଳେ ଲକ୍‌ଡାଉନ ସମୟରେ ଦୋକାନରୁ ରିଚାର୍ଜ କରୁଥିବା ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରିଚାର୍ଜ କରିବାର ବହୁ ବିକଳ୍ପ ଆଣିଛି ଜିଓ, ଯେଉଁଥିରେ ୟୁପିଆଇ, ଏଟିଏମ୍, ଏସଏମଏସ ଓ କଲ୍ ସାମିଲ ରହିଛି। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଜିଓଫୋନ୍ ଗ୍ରାହକଙ୍କୁ ୧୦୦ ମିନିଟ୍ ମାଗଣା ଫୋନ୍ କଲ୍ ଏବଂ ୧୦୦ ଏସଏମଏସ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ସେହିପରି ଆଉଏକ ଆକର୍ଷକ ଘୋଷଣା ମଧ୍ୟ କରିଛି  ଜିଓ। ପ୍ରିପେଡ୍‌ ପ୍ୟାକ୍‌ ସରିଯାଇଥିଲେ ମଧ୍ୟ ସବୁ ଉପଭୋକ୍ତାଙ୍କ ପାଇଁ ନେଟୱାର୍କରେ ଆସୁଥିବା ସମସ୍ତ ଇନକମିଂ କଲ୍ ଅତି କମରେ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଘୋଷଣା କରିଛି।

ଏହିସବୁ ସୁବିଧା ଘୋଷଣା କରି ଜିଓ ନିଜର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ମନ ଜିଣିବାକୁ ଉଦ୍ୟମ କରିଛି ଓ ଗ୍ରାହକ ସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published.